ବ୍ରହ୍ମପୁର,୯।୧୧(ଡି.ଏଚ/ସାହେବ ନାୟକ ) : ଜିଲ୍ଲା ପ୍ରଶାସନ ସେବା ପ୍ରାଧିକରଣ ଗଂଜାମ ଦ୍ୱାରା ଜଣେ ଅସହାୟ ମହିଳାଙ୍କୁ ଥଇଥାନ କରାଯାଇଛି । ଉକ୍ତ ମହିଳାଙ୍କୁ ତାଙ୍କ ପରିବାର ସଦସ୍ୟ ବାହାର କରିଦେଇଛନ୍ତି ।ଏହି ଖବରଟି ପ୍ରାଧିକରଣ ସଚିବ ସୃଜୁକ୍ତ ବିଜୟ କୁମାର ଦାସକା ଦୃଷ୍ଟି ଗୋଚର ହେବ ପରେ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ବ୍ରହ୍ମପୁର ସ୍ଥିତ one stop center ଠାରେ ଅସ୍ଥାୟୀ ଭାବେ ଥଇଥାନ ନିମନ୍ତେ ପତ୍ର ଲେଖିଥିଲେ । ଉକ୍ତ ମହିଳା ଜଣଙ୍କ ନାମ ଜାନକୀ ଗୌଡ଼ ପିତା ଦୀନବନ୍ଧୁ ଗୌଡ଼ ଓ ଗ୍ରାମ ଚେରମାରିଆ ଅଟେ । ପ୍ରାଧିକରଣ ଅଧୀନ ରିଟନର ଶ୍ରୀଯୁକ୍ତ ଗୋରାଚାନ୍ଦ ଭଟ ମିଶ୍ର ସେହି ମହିଳାଙ୍କୁ one stop center ଠାରେ ଅସ୍ଥାୟୀ ଭାବେ ଥଇଥାନ କରି ପ୍ରାଧିକରଣ କାର୍ଯ୍ୟଳୟକୁ ଅବଗତ କରାଇଛନ୍ତି ।
















