ହିଞ୍ଜିଳିକାଟୁ,୯।୧୧(ଡି.ଏଚ/ଶେଷଦେବ ସାହୁ): ହିଂଜିଳିକାଟୁ ତହସିଲ ପକ୍ଷରୁ ଶୁକ୍ରବାର ହିଂଜିଳିକାଟୁ ବ୍ଳକ ପୁଟିଆପଦର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଗୋପିନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆୟୋଜିତ କାର୍ଯ୍ୟକ୍ରମରେ ୧୪୩ ଜଣ ଆବେଦନକାରୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୯ ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ, ୧୬ ଜଣଙ୍କୁ ଇ-ପାଉତି ଓ ୭ ଜଣ ଆବେଦନକାରୀଙ୍କୁ ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ, ବିଧି ସମନ୍ଧୀୟ ଦାୟାଦ, ଋଣ ପରିଶୋଧ କ୍ଷମତା ପ୍ରଭୃତି ପ୍ରମାଣପତ୍ର ବଂଟନ କରାଯାଇଥିଲା ଓ ୩୧ ଟି ଦାଖଲ ଖାରଜ ମାମଲାର ଶୁଣାଣୀ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ଦେବରାଜ ପାତ୍ର, ରାଜସ୍ୱ ନିରୀକ୍ଷକ, ଅମିନ ଓ ତହସିଲ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
















