Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବେକରେ ଶାଢ଼ୀ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବେକରେ ଶାଢ଼ୀ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

423
ADVERTISEMENT

ବାଲିଗୁଡା,୯।୧୧(ଡି.ଏଚ/ସୁରେଶ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା  ନୂଆସାହି ସ୍ଥିତ ଆମ୍ବସାହିରେ ଶୁକ୍ରବାର ସକାଳୁ ସକାଳୁ ଏକ ଅଭାବନିୟ ଘଟଣା ଘଟିଯାଇଛି। ଏକ ଭଡା ଘରେ ରହି ଚୁଡ଼ି ବ୍ୟବସାୟ କରୁଥିବା ତେଲଗୁ ସମ୍ପ୍ରଦାୟର ଡି.ସୁବା ରାଓଙ୍କ ୩୨ ବର୍ଷିୟା ପୁଅ ଡି.ବିକୁ ଦୋରା ବେକରେ ଏକ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ସାହି ଲୋକେ ଜାଣିବା ପରେ ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ, ଖବର ପାଇ ତଦନ୍ତ କାରୀ ଅଧିକାରୀ ଏସ.ଆଇ. ଜହରଲାଲ ନାୟକଙ୍କ ଏବଂ ତାଙ୍କ ସହ ସଦଳବଳ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବାସହ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ନଂ. 20/19ପ୍ରକାରେ ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ମୃତ୍ୟୁ ଡି.ବିକୁ ଦୋରା କେଉଁ କାରଣରୁ ଆତ୍ମହତ୍ୟା କରିଛି,ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ, ତଦନ୍ତ ଅବ୍ୟାହତ ରହିଥିବା ବିଷୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l

Advertisement