Saturday, November 21, 2026
ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ନିମଖଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

446
ADVERTISEMENT

ବ୍ରହ୍ମପୁର,୮/୧୧ (ଡି.ଏଚ/ଈ.ରଞ୍ଜନ ) : ନିମଖଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିବ । ଉଦ୍ଘାଟନ ଉତ୍ସବରେ ଗଂଜାମ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାର୍ଷିକ କ୍ରୀଡାର ଶୁଭ ଉଦ୍ଘାଟନ କରିବା ସହ କ୍ରୀଡା ଶିଶୁକୁ ଉଭୟ ଶାରୀରିକ ଓ ମାନସିକ ଉନ୍ନତିରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଭାର ଉତ୍ତୋଳନ ଆନ୍ତଜାତୀୟ ବିଚାରକ ଶ୍ରୀ ରମେଶ ଚନ୍ଦ୍ର ପାଢି ସମ୍ମନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ଡା. ବିପିନ ବିହାରୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କୋଷାଧକ୍ଷ ଶ୍ରୀ ସୁକାନ୍ତ କୁମାର ସାହୁ ଓ ସଦସ୍ୟ ଶ୍ରୀ ଚଣ୍ଡୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ଶ୍ରୀକୃଷ୍ଣ ସାହୁ ଉଚ୍ଚ ବିଦ୍ୟଳୟ ପଡିଆରେ ଶାରୀରିକ ପ୍ରମୁଖ ବିଭୁ ପ୍ରସାଦ ତ୍ରିପାଠୀ ସହାୟତାରେ ବିଭିନ୍ନ ଖେଳକୁ ମୁଖ୍ୟ ଅତିଥି ମହୋଦୟ ଶୁଭାରମ୍ଭ କରିଥିଲେ । ଆଚାର୍ଯ୍ୟ R .ବିଜୟ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ସଦସ୍ୟ ଛନ୍ଦି ଚରଣ ସାହୁ କୃତଞ୍ଜତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ ।

Advertisement