Saturday, November 21, 2026
ADVERTISEMENT
Home ଆଞ୍ଚଳିକ ତଥ୍ୟ ଲିକ କରି ଓଡିଆ ଯବାନ ଗିରଫ

ତଥ୍ୟ ଲିକ କରି ଓଡିଆ ଯବାନ ଗିରଫ

579
ADVERTISEMENT

ବ୍ରହ୍ମପୁର,୮/୧୧ (ଡି.ଏଚ/ହିମାଂଶୁ ପାଢ଼ୀ ) : ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଅନ୍ୟ ଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ୍ ଥିବା ଜଣାପଡ଼ଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୂଚନା ରହିଛି। ସୋଶାଲ ମିଡିଆ ମାଧ୍ୟମରେ ବିଚିତ୍ର ପାକିସ୍ତାନ ଆଇଏସଆଇର ଜଣେ ମହିଳା ଏଜେଣ୍ଟକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏଥିପାଇଁ ବିଚିତ୍ର କିଛି ଟଙ୍କା ମଧ୍ୟ ପାଇଥିବା ଜଣାପଡ଼ିଛି। ରାଜସ୍ଥାନ ଡିଜିପି ଉମେଶ ମିଶ୍ର କହିଛନ୍ତି, ପାକିସ୍ତାନର ଆଇଏସଆଇ ଏଜେଣ୍ଟ ଜଣକ ବିଚିତ୍ରଙ୍କ ସହ ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତ୍ୱ ବଢ଼ାଇଥିଲେ। ଏହାପରେ ସୋଶାଲ ମିଡିଆ ଜରିଆରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ। ଯାହାର ଉତ୍ତର ବିଚିତ୍ର ହ୍ୱାଟସଆପରେ ଏକ ଭିଡିଓ କ୍ଲିପ ଜରିଆରେ ଦେଇଥିଲେ ବୋଲି ସେ କହିଛନ୍ତି। ୨ ବର୍ଷ ହେବ ବିଚିତ୍ର ପାକିସ୍ତାନର ଏହି ମହିଳା ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ। ସିନ୍ଧୁ ସୁଦର୍ଶନ ପ୍ରକଳ୍ପ ବାବଦରେ ବିଚିତ୍ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ପୋଖରାନରେ ବିଚିତ୍ରଙ୍କୁ ନିଯୁକ୍ତି ମିଳିଥିଲା। ଏବେ ତାଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି। ବାପା କଂଗ୍ରେସ ବେହେରା ମାଁ ମନୁ ବେହେରାଙ୍କ ତାଙ୍କର ୩ ପୁଅ ଅଟନ୍ତି ଓ ବଡ଼ ପୁଅ ବିଚିତ୍ର ୪ ବର୍ଷ ତଳେ ସେନାରେ ଯୋଗ ଦେଇଥିଲେ। ଗାଁ ରେ କାଳୁଆ ଯାତ୍ରା ଚାଲୁ ଥିବା ହେତୁ ଗାଁ କୁ ଆସିବା ସମୟରେ ତାକୁ ପ୍ରଥମେ rpf ପୋଲିସ ଧରି ଥିଲା। ତାଙ୍କ ମା ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ପୁଅ ସେ ପରି ନାହିଁ ତାଙ୍କୁ ଫସେଇ ଦିଆଯାଇଛି ଆମ ମାଧ୍ୟମ ତାଙ୍କ ମା, ପରିବାର ସଦସ୍ୟ ଓ ଗ୍ରାମ ବାସୀ ଭାରତ ସରକାର ଓ ରାଷ୍ଟ୍ରପତି ଅନୁରୋଧ କରି ପୁଣି ବିଚାର କରିବା ପାଇଁ ନିବେଦନ କରିଛନ୍ତି।

Advertisement