ପୁରୁଷୋତ୍ତମପୁର,୮/୧୧ (ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ସୀମା ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଠାରେ ଏସଡିପିଓ କାର୍ଯ୍ୟାଳୟ ପ୍ରତିଷ୍ଠା ପରଠାରୁ ପ୍ରଥମ ଥର ପାଇଁ ଜଣେ ମହିଳା ପୋଲିସ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୫ ମସିହା ବ୍ୟାଚର ଓପିଏସ୍ ଅଧିକାରୀ । ଗୁରୁବାର ପୂର୍ବହ୍ନରେ କାର୍ଯ୍ୟରେ ଯୋଗଦେଇ ପ୍ରତିକ୍ରିୟାରେ କହିଛନ୍ତି ,ମହିଳା , ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ସହ ଗରିବ ନିଷ୍ପେସିତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ପ୍ରଥମିକତା ଦିଆଯିବ । ମୋ ସରକାର କାର୍ଯ୍ୟକ୍ରମକୁ ସଫଳ ରୂପାୟନ ସାଙ୍ଗକୁ ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବା ସହ ଉପଖଣ୍ଡ ଅଧିନରେ ଅପରାଧୀ ଦମନ ପାଇଁ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଏଠାରେ କାର୍ଯ୍ୟରତ ଏସଡିପିଓ ନିମାଇଁ ଚରଣ ସେଠି ଙ୍କୁ କଟକ ଜିଲ୍ଲା ସାଲେପୁର ଏସଡିପିଓ ଭାବେ ବଦଳି ହୋଇଛି ।
ନୂତନ ଏସଡିପିଓଙ୍କ ଦାୟିତ୍ୱ ଗ୍ରହଣ
ପୁରୁଷୋତ୍ତମପୁର ଏସଡିପିଓ ଭାବେ ପ୍ରଥମ ମହିଳା ପୋଲିସ ଅଫିସରଙ୍କ ଯୋଗଦାନ
















