Monday, November 23, 2026
ADVERTISEMENT
Home ଆଞ୍ଚଳିକ କେନ୍ଦ୍ରୟ ଟିମର କୁକୁଡ଼ାଖଣ୍ଡି ଗସ୍ତ

କେନ୍ଦ୍ରୟ ଟିମର କୁକୁଡ଼ାଖଣ୍ଡି ଗସ୍ତ

273
ADVERTISEMENT

କୁକୁଡ଼ାଖଣ୍ଡି,୮/୧୧ (ଡି.ଏଚ/ଈ.ରଞ୍ଜନ ) : ଗ୍ରାମାଞ୍ଚଳରେ କେନ୍ଦ୍ରିୟ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିବାକୁ କେନ୍ଦ୍ରୟ ଟିମର ୨ଜଣିଆ ପ୍ରତିନିଧି ଦଳ କୁକୁଡ଼ାଖଣ୍ଡି ବ୍ଲକର ଲାଞ୍ଜିଆ ପଂଚାୟତ ଗସ୍ତ କରିଥିଲେ । ଟିମରେ ଗିରିରାଜ ପି. ଗୁପ୍ତା, ଏନ ଆର ଭାନୁମତି ପଂଚାୟତର ରୁରାଲ ହାଉସିଙ୍ଗ, ମନରେଗା, ପେନସନ ସ୍କିମ ଉପରେ ସମୀକ୍ଷା କରିବା ସହ ଲୋକଙ୍କ ଠାରୁ ମତାମତ ନେଇଥିଲେ। ଯୋଜନା ଠିକ ପହଂଚୁ ଥିବା ଖବର ଜାଣି ବ୍ଲକ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ପଂଚାୟତର ନୂତନ କୋଠା ବୁଲି ଦେଖିଥିଲେ, ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଥିଲେ । ମନରେଗାରେ ପାରିଶ୍ରମିକ ବୃଦ୍ଧି କରିବାକୁ ଲୋକ ଦାବି କରିଥିଲେ,ପିଡି ସିଦ୍ଧାର୍ଥ ସ୍ୱାଇଁ, ବିଡ଼ିଓ ଗଦାଧର ପାତ୍ର, ଚେୟାରମେନ କାମାକ୍ଷା ପ୍ରସାଦ ପାତ୍ର, ନନ୍ଦୀନି ଦେବି, ସନ୍ତୋଷ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisement