Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ନାମକୁ ମାତ୍ର ପୋଲିସ ପେଟ୍ରୋଲିଙ୍ଗ : ଚୋରକୁ କାବୁକଲେ ଗ୍ରାମବାସୀ

ନାମକୁ ମାତ୍ର ପୋଲିସ ପେଟ୍ରୋଲିଙ୍ଗ : ଚୋରକୁ କାବୁକଲେ ଗ୍ରାମବାସୀ

238
ADVERTISEMENT

ବ୍ରହ୍ମପୁର,୮/୧୧ (ଡି.ଏଚ/ଈ.ରଞ୍ଜନ ) : ବ୍ରହ୍ମପୁର ନିକଟରେ ଥିବା ଜଗଦଳପୁର ଗ୍ରାମରେ କିଛି ଦିନ ଧରି ଚୋରି ଭୟ ଆଶଙ୍କା ବାସ୍ତବ ରୁପରେ ପରିଣତରେ ହଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି ଗତ କିଛି ଦିନ ହେଲା ସନ୍ତୋଷୀ ନଗରରେ କିଛି ଚୋର ଆସି କବାଟ ଠକ ଠକ କରୁଥିବାରୁ ଏନେଇ ପୋଲିସକୁ ପେଟ୍ରୋଲିଙ୍ଗ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା l ବୁଧବାର ରାତ୍ର ୧0ରେ ସମୟରେ ବାହାର ରାଜ୍ୟର ୪ ଜଣ ବ୍ୟକ୍ତି ଆସି ବ୍ରହ୍ମପୁରରେ ପଶି ନିକଟବର୍ତ୍ତୀ ଅଞ୍ଚଳରେ ଘୁରିବୁଲୁଥିବା ବେଳେ ୪ଜଣଙ୍କ ମଧ୍ୟରେ ଗତିପଥ ଭିନ୍ନ ଭିନ୍ନ ହଇଥିବା ଯୋଗୁଁ ଜଣେ ଆସି ଜଗଦଳପୁର ଗ୍ରାମରେ ବଡ଼ ସାହିରେ ବୁଲିବା ସମୟରେ ଜୈନକ ମହିଳା ଜଣଙ୍କ ଚେନ ଟାଣି ନେବା ସହ ଲବଣ ପାଢୀଙ୍କ ଘରେ ଗ୍ରିଲକୁ ଠକଠକ କରିଥିବାରୁ ଗ୍ରାମର କିଛି ଯୁବକ ତାକୁ ପରିଚୟ ପଚାରି ଥିଲେ ସେ ହିନ୍ଦୀରେ ପରିଚୟ ଦେଇଥିବା ସହ ଅନ୍ୟ ରାଜ୍ୟରୁ ଆସିଥିବା କହିବାରୁ ଉପସ୍ଥିତ ଯୁବକ ଚୋର ସନ୍ଧେହ କରି ମାଡ଼ ମାରିବାରୁ ସେ ମାଡ଼ଭୟରେ ଦୌଡ଼ିବାରୁ ତାକୁ ରାଧାକୃଷ୍ଣ ମନ୍ଦିର ସାମ୍ନାରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ l କିଛି ସମୟ ପରେ ନିମଖଣ୍ଡି ପାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥି ଆସି ତାର ପରିଚୟ ବୁଝିବା ସହ ଟ୍ରେନ ଟିକେଟ ତା ଠାରୁ ସଂଗ୍ରହ କରି ସଦର ଥାନାକୁ ନେଇଥିଲେ l ଏନେଇ ଗ୍ରାମବାସୀ ପ୍ରତି ଦିନ ପୋଲିସ ପେଟ୍ରୋଲିଙ୍ଗ କରିବାକୁ ଜନସାଧାରଣ ଦାବି କରିଛନ୍ତି l

Advertisement