ପାରଳାଖେମୁଣ୍ଡି,୭/୧୧ (ଡି.ଏଚ/ପ୍ରଭାତ କୁମାର ପାତ୍ର) : ରାଜ୍ୟରେ ୫ଟି ଓ ମୋ ସରକାର ଯୋଜନାକୁ ସଫଳ ରୂପାୟନ କରିବାକୁ ଯାଇ ସମସ୍ତ ଜିଲ୍ଲା ଗ୍ରସ୍ତରେ ନିୟମିତ ଯାଉଛନ୍ତି ବରିଷ୍ଟ ପଦାଧିକାରୀ। ଏହି କ୍ରମରେ ଦୁଇ ଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି ନୋଡାଲ୍ ସଚୀବ ସଞ୍ଜୟ କୁମାର ସିଂହ। ଗତ କାଲି ଗୁମ୍ମା ବ୍ଲକର ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମର ଭୂସ୍କଳନ ପରିଦର୍ଶନ କରି ସେଠାରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ପରେ ଗୁମ୍ମା ବ୍ଲକ୍ କାର୍ଯ୍ୟଳୟରେ ଅଧିକାରୀ ଓ ନିର୍ବାଚିତ ଜନ-ପ୍ରତିନିଧିଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଆଜି ଦ୍ବିତୀୟ ଦିନରେ ସେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିଛନ୍ତି। ପରେ ନୋଡାଲ୍ ସଚୀବଙ୍କ ଶ୍ରୀ ସଞ୍ଜୟ କୁମାର ସିଂହ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଓ ଆଦର୍ଶ ଥାନା ପରିଦର୍ଶନ କରିଥିଲେ। ପରେ ମଧ୍ୟହ୍ନ ସମୟରେ ଆହାର କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଗ୍ରସ୍ତ ସମୟରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
















