Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟ ଶକ୍ତି ସଚିବଙ୍କ କୁକୁଡାଖଣ୍ଡି ବ୍ଲକ ଗ୍ରସ୍ତ

ରାଜ୍ୟ ଶକ୍ତି ସଚିବଙ୍କ କୁକୁଡାଖଣ୍ଡି ବ୍ଲକ ଗ୍ରସ୍ତ

457
ADVERTISEMENT

କୁକୁଡାଖଣ୍ଡି,୭/୧୧(ଡି.ଏଚ/ଇ.ରଞ୍ଜନ)-ରାଜ୍ୟ ଶକ୍ତି ସଚିବ ବିଷ୍ନୁପଦ ସେଠୀ କୁକୁଡାଖଣ୍ଡି ବ୍ଲକର ଲାଞ୍ଜିଆ ,ଟିକରପଡା, କୁକୁଡାଖଣ୍ଡି ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲିଦେଖିବା ସହ ଅଗ୍ରଗତିର ସମୀକ୍ଷl କରିଥିଲେ। ପ୍ରଥମେ ଲାଞିଆରେ ଥିବା ନୂତନ ପଞ୍ଚlୟତ କାଯ୍ୟାଳୟ ବୁଲିଦେଖିବା ସହ ଟିକରପଡା ଠାରେ ହୋଇଥିବା କଲ୍ୟାଣ ମଣ୍ଡପ ,ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ, ଆଇଏଓ୍ବାଇ ରେ ହୋଇଥିବା ଘର, କମ୍ୟୁନିଟି ହଲ ସେଣ୍ଟର ବୁଲିଦେଖିଥିଲେ । ପରେ କୁକୁଡାଖଣ୍ଡି ସ୍ଥିତ କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀ ମାନଙ୍କ ସହ କିଛି ସମୟ ଧରି ବିଦ୍ୟାଳୟ ଆନୁସଙ୍ଗୀକ ବିଷୟ ଉପରେ ଆଲୋଚନା କରିଥିଲେ ତାହା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରିବୁଝିବା ସହ ରୋଷେଇ କାର୍ଯ୍ୟ ବୁଲି ଦେଖିଥିଲେ। ସଚିବଙ୍କ ସହ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଡିଇଓ ସନାତନ ପଣ୍ଡାଙ୍କ ସହ ବ୍ଲକ ଓ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

Advertisement