Sunday, November 22, 2026
ADVERTISEMENT
Home ଆଞ୍ଚଳିକ ପଞ୍ଚାୟତ ସମିତିର ୫ମ ଅଧିବେଶନ ଅନୁଷ୍ଠିତ l

ପଞ୍ଚାୟତ ସମିତିର ୫ମ ଅଧିବେଶନ ଅନୁଷ୍ଠିତ l

372
ADVERTISEMENT

କୁକୁଡାଖଣ୍ଡି,୭/୧୧(ଡି.ଏଚ/ଇ.ରଞ୍ଜନ)-କୁକୁଡାଖଣ୍ଡି ବ୍ଲକର ନୂତନ ସମ୍ମୀଳନୀ କକ୍ଷରେ ନୂତନ ଭାବେ ଗଠିତ ହୋଇଥିବା ପଞ୍ଚାୟତ ସମିତିର ୫ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଗଦାଧର ପାତ୍ରଙ୍କ ଅଧକ୍ଷ୍ୟତାରେଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ୍ କାମାକ୍ଷ ପ୍ରସାଦ ପାତ୍ର, ଉପାଧ୍ୟକ୍ଷ୍ ଲଷ୍ମୀପ୍ରିୟା ସାହୁ,ତହସିଲଦାର ସୁବାଶ ଚନ୍ଦ୍ର ରଇତ ,ସିଡିପିଓ ସଂଗିତା ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ପଞ୍ଚାୟତ ନିର୍ବାଚନ ପରଠୁ ବୈଠକ ହୋଇନଥିବାରୁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରୁଥିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କିନ୍ତୁ ବୈଠକରେ ଆଜି ସମସ୍ତ ଜନପ୍ରତିନିଧି ନିରବଦ୍ରଷ୍ଟା ସାଜିଥିଲେ,ଯାହାକି ସମିତି ବୈଠକ ଇତିହାସରେ ପ୍ରଥମ ।କୈଣସି ବି ଜନପ୍ରତିନିଧି କିଛି ଅଭିଯୋଗ କିଛି ନାମ ମାତ୍ରକୁ ଦର୍ଶାଇଥିଲେ ଦର୍ଶାଇଥିବା ଅଭିଯୋଗର ବିଷୟ ପାଇଖାନା ବିଲ ହେଉନଥିବା ଏବଂ ବେଆଇନ ପଥର କୁଆରି ବନ୍ଦ କରିବାକୁ ଖାଲି ଦାବି କରିଥିଲେ। ବିଡିଓ ଏଇ ବ୍ଲକକୁ ଆସୁଥିବା ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରୀ କିପରି ହୋଇପାରିବ ତାହାକୁ ନେଇ ସମସ୍ତ ନିୟମାବଳୀ ଉପରେ ବୁଝାଇଥିଲେ,କୈଣସି କିଛି ଅସୁବିଧା ଥିଲେ ବିଡିଓ ଓ ବ୍ଲକ ଅଧ୍ୟକ୍ଷଙ୍କୁ ଜଣାଇବାକୁ ସମସ୍ତ ଜନପ୍ରତିନିଧି ମତବ୍ୟକ୍ତ କରିଥିଲେ ଅନ୍ୟପକ୍ଷରୁ ତହସିଲଦାର “ମୋ ଗାଁରେ ତହସିଲ “କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ସହ ଲୋକଙ୍କୁ ତୁରନ୍ତ ପଟା ପ୍ରଦାନରେ ସମ୍ପୂର୍ଣ ସହଯୋଗ କରିବାକୁ ନିବେଦନ କରିଥିଲେ। ସିଡିପିଓ ଆଇସିଡିଏସର ସଫଳତା ବଖାଣିଥିଲେ କିନ୍ତୁ ଅଙ୍ଗନ ବାଡ଼ିଛୁଆଙ୍କ ପ୍ରତି ଦୃଷ୍ଟି ଦେବାକୁ କିଛି ସରପଞ୍ଚମାନେ ଦୃଷ୍ଟି ଦେବାକୁ କହିଥିଲେ l

ଏବଂ ପ୍ରଶାସନ ସହ ଜନପ୍ରତିନିଧି ମିଳିତ ହୋଇ ବିଭିନ୍ନ ସମସ୍ୟା ସମାଧାନ କରିଥିଲେ ଫଳରେ ସମିତି ବୈଠକ ସୁରୁଖୁରୁରେ ବ୍ଲକ ଅଧ୍ୟକ୍ଷ ସମ୍ପୂର୍ଣ କରିଥିଲେ। ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଟାଳଟୁଳ ନୀତି ଅବଲମ୍ୱନ କରି ସମସ୍ତ ସୁବିଧା ଓ ଅସୁବିଧା ଦୁର କରିଥିଲେ। ସମସ୍ତ ଅଫିସର ନିଜନିଜ ସଫଳତା ବିଷୟରେ ଏହି ବୈଠକରେ ଆଲୋଚନା କରିଥିଲେ ମଧ୍ୟ କୈଣସି ଜନପ୍ରତିନିଧି କିଛି ଅଭିଯୋଗ କରିନଥିଲେ ବ୍ଲକରେ ସମସ୍ତ ସରକାରୀ କାର୍ଯ୍ୟ ସୁରୁଖୁରେ ଚାଲୁଥିବା ମତବ୍ୟକ୍ତ କରିଥିଲେ। ବୈଠକରେ ପିସି ପ୍ରସଙ୍ଗ ଉଠିବା ଜାଣି କୈଣସି ବି କନିଷ୍ଠଯନ୍ତ୍ରୀ ଯୋଗଦେଇ ନଥିବାରୁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ । ବୈଠକରେ ଯୋଗାଣ ଅଧିକାରୀ ପ୍ରଶାନ୍ତ ରାଓ ,ସମିତିସଭ୍ୟ ନିରଞନ ମହାନ୍ତି ,ପ୍ରଦିପ ମଲାଣ,ବସନ୍ତ ସାହୁ,ବିଷ୍ନୁପ୍ରିୟା ପାତ୍ର,ସନ୍ତୋଷ ଚୌଧୁରୀ ,ରଘୁପାତ୍ର, ଦିଲ୍ଲୀପ ପାତ୍ର,ଏଲ.ମୋହନ ଦାସ, ସଶ୍ମିତା ପଣ୍ଡା,ସାରଥି ଗୌଡ ,ନରସିଂହସାହୁଙ୍କ ସହ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ,ଜିଲ୍ଲାପରିଷଦ,ବନବିଭାଗ,ପଶୁ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Advertisement