Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l

ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l

426
ADVERTISEMENT

କୁକୁଡାଖଣ୍ଡି,୭/୧୧(ଡି.ଏଚ/ଇ.ରଞ୍ଜନ)-କୁକୁଡାଖଣ୍ଡି ନୋଡାଲ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଇଓ ଏସ.ଗିରିଧରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧରପାତ୍ର,ବ୍ଲକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗନେବେ। ସୃଜନଶୀଳ ଲିଖନରେ ବୋରିଗାଁର ଯୋସଦା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏବିଇଓ ସୁରେନ୍ଦ୍ର ସେନାପତି,ତ୍ରିନାଥ ମଲ୍ଲିକ,ପ୍ରଧାନ ଶିକ୍ଷୟତ୍ରୀ କୁମୁଦ ତ୍ରୀପାଠି,ସିଆରସିସି ଭବାନୀ ଶଙ୍କର ପଟ୍ଟନାୟକ ,ପ୍ରଶନ୍ନ ଜେନା,ଶିବରାମ ମହାଙ୍କୁଡ,ସିମାଞ୍ଚଳ ପଣ୍ଡା,ବିପ୍ର ଚରଣ ନାୟକ,ସାରଥି ପାତ୍ର,ରବିନ୍ଦ୍ର ପାତ୍ର,ଭାଗିରଥୀ ବେହେରା,ଲଷ୍ମୀଚରଣ ନାୟକଙ୍କ ସହ ସମସ୍ତ ସିଆରସିସି ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

Advertisement