Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପାଇଁ ନିନ୍ଦା ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପାଇଁ ନିନ୍ଦା ।

361
ADVERTISEMENT

ବ୍ରହ୍ମପୁର,୭/୧୧(ଡି.ଏଚ/ହିମାଂଶୁ ପାଢ଼ୀ)-କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡାର କାର୍ଯ୍ୟରତ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦ କରି ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଆର ଡି ସି ସଚିବ ସୁଜାତା ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକ। ସାଂସଦ କେନ୍ଦ୍ରାପଡାରେ ଏକ ବୈଠକ ସାରି ବାଇଟ ଦେବା ସମୟରେ ଓଟିଭି ପ୍ରତିନିଧିଙ୍କୁ ସର୍ବ ସମ୍ମୁଖରେ ଅପମାନସୂଚକ ଶବ୍ଦ ବ୍ୟବହାର କରିଥିଲେ। ଏହାଦ୍ବାରା ସେଠାରେ ଥିବା ସମସ୍ତ ସାମ୍ବାଦିକଙ୍କ ମର୍ଯ୍ୟଦାହାନୀ ହୋଇଥିଲା ।ଏହା ସିଧାସଳଖ ଗଣତନ୍ତର ଚର୍ତୁଥ ସ୍ତମ୍ଭକୁ ଜଣେ ଜନପ୍ରତିନିଧିଙ୍କ ଏଭଳି ଖରାପ ବ୍ୟବହାର ଆଜି ରାଜ୍ୟର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ମର୍ଯ୍ୟଦା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ସାଂସଦଙ୍କ ଏପରି ବ୍ୟବହାରକୁ ବ୍ରହ୍ମପୁରର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ନିନ୍ଦା କରିଛନ୍ତି।

Advertisement