କୋଟଗଡ଼,୭/୧୧(ଡି.ଏଚ/ନଳିନୀକାନ୍ତ ମିଶ୍ର)-କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ଠାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ କରାଯାଇଛି lଏହି ବୈଠକ ପଞ୍ଚାୟତ ଅଫିସ ଠାରେ କରାଯାଇଥିଲା ଏହି ମେଡ଼ିକାଲକୁ ଭରସା କରୁଛନ୍ତି ସାତୋଟି ପଞ୍ଚାୟତର ଜନସାଧାରଣ lଏହି ପଞ୍ଚାୟତରେ ପ୍ରାୟ କୋଡ଼ିଏ ହଜାରରୁ ଅଧିକ ଜନସାଧାରଣ ବସବାସ କରନ୍ତି ହେଲେ ଏମାନେ ଟିକେ କଣ ହେଲେ କୋଟଗଡ଼ ମେଡ଼ିକାଲ ଯାଇଥାନ୍ତି lସୁବର୍ଣ୍ଣଗିରିରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ଜଣ ଡାକ୍ତର ରହିବା କଥା କିନ୍ତୁ ରହୁଛନ୍ତି ଜଣେ ମାତ୍ର ଡାକ୍ତର lଏନେଇ ଲୋକଙ୍କୁ ନାନାପ୍ରକାର ସମସ୍ୟା ଦେଖା ଯାଉଛି lଆସନ୍ତା କାଲି ଏନେଇ ଆଲୋଚନା ହୋଇଥିଲାlଏହି ବୈଠକରେ ସରପଞ୍ଚ ମାରକୁ ସାକାମାଝୀ, ସମିତି ସଭ୍ୟ ପିଣ୍ଟୁ ମଲିକ, ପୂର୍ବତନ ସରପଞ୍ଚ ପରାଶର ପାଟମାଝୀ, ଓରା ସରପଞ୍ଚ ସୁଧୀର ରୁପାମାଝୀ, ଆଞ୍ଚଳିକ ବିକାଶ ପରିଷଦ ଜିଲ୍ଲା ଉପଧ୍ୟକ୍ଷା ସୁରେଖା ପାଟମାଝୀ, ଆଦିବାସୀ. ନେତା ଦୀରମୟ ସୁନାମାଝୀ ସଭା ଉଦବୋଧନ କରିଥିଲେ l
















