Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବିଧାନସଭା ଗୃହ କମିଟି ସଦସ୍ୟାଙ୍କ ବିଭିନ୍ନ ବ୍ଲକ ପରିଦର୍ଶନ

ବିଧାନସଭା ଗୃହ କମିଟି ସଦସ୍ୟାଙ୍କ ବିଭିନ୍ନ ବ୍ଲକ ପରିଦର୍ଶନ

311
ADVERTISEMENT

ବ୍ରହ୍ମପୁର,୬/୧୧(ଡି.ଏଚ/ସୁଦାମ ମହାରଣା):ଓଡିଶା ବିଧାନସଭା ଗୃହ କମିଟିର ୧୦ଜଣିଆ ମହିଳା ସଦସ୍ୟା ସୋମବାର ଦିନ ଖଲ୍ଲିକୋଟ, ବେଗୁନିଆପଡା ଓ କବିସୂର୍ଯ୍ୟନଗର ବ୍ଲକ ପରିଦର୍ଶନ କରିଛନ୍ତି। ଚିକିଟି ବିଧାୟିକା ଉଷା ଦେବୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ ,ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟ ମଣି ବୈଦ୍ୟ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ , ସୁନ୍ଦରଗଡ ବିଧାୟିକା କୁସୁମୁ ଟେଟେ ,ହିନ୍ଦୋଳ ବିଧାୟିକା ସୀମାରାଣି ନାୟକ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ପ୍ରମୁଖ ସାମିଲ ହୋଇଥିଲେ।
ପ୍ରଥମେ ସଦସ୍ୟାମାନେ ଖଲ୍ଲିକୋଟ ବ୍ଲକର ଲଙ୍ଗଳେଶ୍ୱରର ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାରେ ମିଳୁଥିବା ଛତୁଆ ,ଗରମ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ତଦାରଖ କରିଥିଲେ। ସେଠାରୁ ଖଲ୍ଲିକୋଟ ବ୍ଲକର ଡିମିରିଆ ପଞ୍ଚାୟତର ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ସେବାଶ୍ରମର ଅନ୍ତେବାସୀଙ୍କୁ ଭେଟି ସେମାନଙ୍କୁ ସରକାରୀ ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଗଞ୍ଜାମଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ରକୁମାର ସାହୁ,ଖଲ୍ଲିକୋଟ ତହସିଲଦାର ଚିତରଞ୍ଜନ ମହାନ୍ତ, ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ,ଖଲ୍ଲିକୋଟ ସିଡିପିଓ ମମତା ରାଣୀ ପାତ୍ରଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
ପରେ ବେଗୁନିଆପଡା ବ୍ଲକର ବରିଡା ପଞ୍ଚାୟତ ଅଙ୍ଗାନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ବେଗୁନିଆପଡାରେ ଏତେ ସଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଥିବାବେଳେ ଖଲ୍ଲିକୋଟ ବ୍ଲକ ସ୍ୱୟଂସହାୟକ ଗୋଷ୍ଠୀ ତରଫରୁ ଛତୁଆ ପ୍ରସ୍ତୁତ କରି ବା ସହ ନିମ୍ନ ମାନର ଛତୁଆ ଯୋଗାଣ ହୋଉଥିବା ନେଇ ଅଭିଯୋଗ କରିଥିଲେ । ବେଗୁନିଆପଡା ବିଡିଓ ପ୍ରଦୀପ କୁମାର ପଣ୍ଡା, ତହସିଲଦାର ପ୍ରଭାତକୁମାର ପରିଡା, ସିଡିପିଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ ପ୍ରମୁଖ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।ଏହା ପରେ କବିସୂର୍ଯ୍ୟନଗର ବ୍ଲକ ବୁଢାଆମ୍ବ ପଞ୍ଚାୟତ ଖଜାପଲ୍ଲି ଅଙ୍ଗାନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ଗୁଡିଆଳି ସ୍ଥିତ କସ୍ତୁରୀବା ଗାନ୍ଧୀ ଆଶ୍ରମ ସ୍କୁଲ ଯାଇ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ପୁଣି ବିଧାନସଭାର ଗୃହ କମିଟିର ସଦସ୍ୟା ମାନେ ପୁରୁଷୋତ୍ତମପୁର ଏନ ଏ ଏସି ର କୁମାରୀ ୱ।ର୍ଡର ତିନୋଟି ଅଙ୍ଗାନବାଡି କେନ୍ଦ୍ରକୁ ଯାଇ ଶିଶୁ ଙ୍କ ସହ ବିଭିନ୍ନ ସମାସ୍ୟା ପଚାରି ବୁଝିବା ସହ ଶିକ୍ଷାଦାନ ସମ୍ପର୍କରେ ପଚାରିଥିଲେ ।ସ୍ଥାନୀୟ ଏନ ଏ ଏସି ସ୍ଥିତ ନରସିଂହ ଦାସ ହାଇସ୍କୁଲରେ ଓଡ୍ରାଫ ଟିମ ତତ୍ତ୍ୱାବଧାନରେ ସ୍ୱୟଂସିଦ୍ଧା ସଦସ୍ୟାଙ୍କ ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ କିପରି ମୁକାବିଲା କରାଯିବ ତାହାର ମକ୍ ଡ୍ରିଲ୍ ଦେଖାଇଥିଲେ । ଏହି ବ୍ଲକର ଭୂତସରସିଙ୍ଗି ପଞ୍ଚାୟତର କଇଠଡା ଗ୍ରାମସ୍ଥିତ ଆବାସିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସମାସ୍ୟା କଣ ରହିଛି,ପଚାରି ବୁଝିଥିଲେ । ଏହି ସମୟରେ ବିଡ଼ିଓ ସିମାଞ୍ଚଳ ମହାନ୍ତି, ସିଡିପିଓ ସବିତା ଚ୍ୟାଉପଟନାୟକ ,ଏନ ଏ ସି ନିର୍ବାହୀ ଅଧିକାରୀ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ପରେ ମା ତାରାତାରିଣୀ ମନ୍ଦିର ପରିଦର୍ଶନ କରି ଫେରିଥିଲେ l

Advertisement