Monday, November 23, 2026
ADVERTISEMENT
Home ଆଞ୍ଚଳିକ ପାଣ୍ଡିଆନଙ୍କ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ

ପାଣ୍ଡିଆନଙ୍କ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ

379
ADVERTISEMENT

ବ୍ରହ୍ମପୁର,୬/୧୧( ଡି.ଏଚ/ହିମାଂଶୁ ପାତୀ):ମୋ ସରକାର’ର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ ୫ଟି ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି।

ଏହିକ୍ରମରେ ଆଜି ବଡ଼ି ଭୋରରେ ପାଣ୍ଡିଆନ ଓ ତାଙ୍କ ଟିମ୍‌ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡ଼ିଛି। କିନ୍ତୁ ସେ କୌଣସି ୱାର୍ଡକୁ ଯାଇ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍‌ସିବି ପରିସରରେ ଉପସ୍ଥିତ ଥିଲେ।

Advertisement