ଯୁବକଙ୍କ ହତ୍ୟା କଲେ ଦୁର୍ବୃତ୍ତ

147
ADVERTISEMENT

ଛତ୍ରପୁର, ୧୯/ ୬(ଦୁନିଆ ହାଲଚାଲ ) : ମଙ୍ଗଳବାର ବିଳମ୍ବିତ ରାତିରେ ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତର ଇଚ୍ଛାପୁର ଗ୍ରାମର ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ | ମୃତକ ଯୁବକ ଜଣକ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ (୩୨) | ମିଳିଥିବା ସୂଚନାନୁଯାୟୀ , ଗତ ପଞ୍ଚାୟତ ନିର୍ବାଚନରୁ ସେହି ଗାଁର ନେତା ପୂର୍ଣ୍ଣ ନାୟକ ଓ ଦଣ୍ଡପାଣି ନାୟକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲି ଆସୁଥିଲା | ଗତକାଲି ସନ୍ଧ୍ୟାରେ ଇଚ୍ଛାପୁର ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ସୁଶାନ୍ତଙ୍କ ସହ ତାଙ୍କ ସାଙ୍ଗ ଓ ପୂର୍ଣ୍ଣ ନାୟକଙ୍କ ସହ ତାଙ୍କ ପୁଅ ରଙ୍କ ନାୟକ ମଧ୍ୟ ଆହତ ହୋଇଥିଲେ | ତେବେ ସୁଶାନ୍ତ ନାୟକ ଗୁରୁତର ଆହତ ହୋଇଥିଲେ | ସୁଶାନ୍ତଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ସୁଶାନ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ବର୍ତ୍ତମାନ ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି | ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛି |

Advertisement