Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ୧୧୬ ନାମ ସଂକୀର୍ତ୍ତନରେ ବାଚସ୍ପତିଙ୍କ ଯୋଗଦାନ

୧୧୬ ନାମ ସଂକୀର୍ତ୍ତନରେ ବାଚସ୍ପତିଙ୍କ ଯୋଗଦାନ

404
ADVERTISEMENT

କୁକୁଡ଼ାଖଣ୍ଡି,୦୫/୧୧ (ଡି.ଏଚ /ଇ.ରଞ୍ଜନ ) :କୁକୁଡ଼ାଖଣ୍ଡୀ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତରେ ଗତ ୨୯ ତାରିଖ ଠାରୁ ଚାଲିଥିବା ୧୧୬ ପ୍ରହର ନାମ ସଂକୀତର୍ଣ୍ଣ ଗ୍ରାମର ଲୋକଙ୍କ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅତିଥି ରୂପେ ଯୋଗ ଦେଇ କୃଷ୍ଣ ଓ ରାମ ଙ୍କ ନାମ ଉଚ୍ଚାରଣ କରି ଆଶିଷ ନେବାସହ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ lଏହି ପରିପ୍ରେକ୍ଷୀରେ ପୂର୍ବତନ ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ,ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ସରପଞ୍ଚ ହାଡୁବନ୍ଧୁ ବେହେରା,ବ୍ଳକ ବିଜେଡି ସଭାପତି ସନ୍ତୋଷ ଚୋୖଧୁରୀ,ଦିଲ୍ଳୀପ ପାତ୍ର,ଗୋବିନ୍ଦ ଗୌଡ଼, ମୋହନ, ମୁକୁନ୍ଦ ଗୌଡ଼, କେ.ତ୍ରିନାଥ ବାବୁଲା ପାତ୍ର,ଏଲ.ପୁରୁଷୋତ୍ତମ ପାତ୍ର, ରବିନ୍ଦ୍ର ପାତ୍ର,ବିରଞ୍ଚୀ ଶତପଥୀ,କେ.ବିଜୟ କୁମାର,ସୁଦର୍ଶନ ପାଢ଼ୀ,ଏସ.ରାଜାରାଓ ପାତ୍ର, ପଞ୍ଚାନନ ସାହୁ ,ଏ.ସହଦେଵ ପାତ୍ରଙ୍କ ସମେତ ସଦର ଥାନା ଅଧିକାରୀ ସନ୍ତୋଷିନି ଓରାମ, ନିମଖଣ୍ଡୀ ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ବିଭିନ୍ନ ଅଞ୍ଚଳରୁ ନାମ ସଂକୀର୍ତ୍ତନ ଦଳ ଆସି ଯୋଗ ଦେଇ “ହରେ କୃଷ୍ଣ ହରେ ରାମ” ନାଦଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ଏହା ସହ ଦୈନିକ ଭକ୍ତଙ୍କୁ ପ୍ରସାଦ ସେବନ ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଉଛି l l ଏହି କାର୍ଯ୍ୟକ୍ରମ ଗତ ୨୯ ତାରିଖରେ ଆରମ୍ଭ ହୋଇ ଚଳିତ ମାସ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି l ଏହି ମହତ କାର୍ଯ୍ୟକ୍ରମରେ ବହୁ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତଆସି ରାମ ନାମ ଉଚ୍ଚାରଣ କରିଥିଲେ ଏଥିରେ ଗ୍ରାମର କିଛି ଇଛୁକ ଯୁବକଙ୍କ ମଧ୍ୟ ଅକ୍ଲାନ୍ତ ପରିଶ୍ରମରେ ଏହି 116 ପ୍ରହରୀ ନାମ ସଂକୀର୍ତ୍ତନଚାଲୁ ରହିଛି l

Advertisement