ବ୍ରହ୍ମପୁର,୦୫/୧୧ (ଡି.ଏଚ/ହିମାଂଶୁ ପାଢୀ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପୂର୍ବତନ ନଗରପାଳ ଭି.ରବି ନାରାୟଣ ରାଜୁ । ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ଆସି ବିଜେଡ଼ିରେ ଯୋଗ ଦେଇଥିବା ସୂଚନା ମିଳିଛି । ବିଜେଡ଼ିରେ ଯୋଗ ଦେବା ପରେ ରବି ନାରାୟଣ ପ୍ରତିକ୍ରିୟା ରଖି କହିଛନ୍ତି ଯେ ହାତ, ଗୋଡ଼ ବନ୍ଧା ସ୍ଥିତି ହେବାରୁ କଂଗ୍ରେସ ଛାଡ଼ିବାକୁ ସେ ବାଧ୍ୟ ହେଲେ । ନବୀନ ବାବୁଙ୍କର ମହାନପଣିଆ, ଆଦର୍ଶ, ସ୍ୱଚ୍ଛ ଶାସନ ଓ କାର୍ଯ୍ୟନିଷ୍ଠାରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳର ଲୋକମାନେ ବିଜେଡ଼ିକୁ ଆସୁଛନ୍ତି ବୋଲି ସେ ସ୍ୱଷ୍ଟ ଭାବେ ପ୍ରକାଶ କରିଛନ୍ତି ।

















