ବ୍ରହ୍ମପୁର,୦୫/୧୧ (ଡି.ଏଚ/ସୁଦାମ ମହାରଣା): ବ୍ରହ୍ମପୁର ସ୍ଥିତ ରାଜସ୍ୱ ବଙ୍ଗଳା ଠାରେ ସ୍ବେଛାସେବୀ ଅନୁଷ୍ଠାନ ଅରୁଣା ଓ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସି.ଆର.ଏସ ର ମିଳିତ ଉଦ୍ୟମରେ “ମୋ ଅଧିକାର ମୋ ପରିବାର”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ,ପୁର୍ବତନ ବିଧାୟକ ବ୍ରହ୍ମପୁର ଡ଼.ରମେଶ ଚ୍ୟାଉ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
















