Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡିରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ପାରଳାଖେମୁଣ୍ଡିରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

370
ADVERTISEMENT

ପାରଳାଖେମୁଣ୍ଡି,୪/୧୧(ଡ଼ି.ଏଚ/ପ୍ରଭାତ କୁମାର ପାତ୍ର):ଗଜପତି ଜିଲ୍ଲାରେ କଂଗ୍ରେସ ସ୍ଥିତି ପରଖିଛନ୍ତି ନୂତନ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ପ୍ରଥମେ ଏକ ବାଇକ ରାଲିରେ ମୋହନା ନିର୍ବାଚନ ମଣ୍ଡଳୀରୁ ଆସି ପାରଳାଖେମୁଣ୍ଡି ପହଞ୍ଚି ଥିଲେ। ତାଙ୍କ ସହ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଆସି ପହଞ୍ଚିଥିଲେ। ପାରଳାଖେମୁଣ୍ଡି ପହଞ୍ଚି କଂଗ୍ରେସ କାର୍ଯ୍ୟଳୟଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ହୋଇଥିବା ବିଭିନ୍ନ ତ୍ରୁଟି ସମ୍ପର୍କରେ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ରହିଛି କେବଳ ଜଣେ ଦକ୍ଷ ନେତୃତ୍ୱର ଆବଶ୍ୟକ ରହିଛି ବୋଲି ଏହି ଅବସରରେ ସେ କହିଥିଲେ। ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଯାକ ମାଝି, ଗରୁଡଧୂଜ ଚୈାଧୁରୀ,ଗୁମ୍ମା ବ୍ଲକ୍ ଉପାଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।

Advertisement