Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଧରାପଡିଲେ ୪ ନକଲି ଶିକ୍ଷକ

ଧରାପଡିଲେ ୪ ନକଲି ଶିକ୍ଷକ

650
ADVERTISEMENT

ବ୍ରହ୍ମପୁର,୦୩/୧୧ (ଡି.ଏଚ/ହିମାଂଶୁ ପାଢ଼ୀ ): ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରୁ ଆଜି ୪ ନକଲି ଶିକ୍ଷକ ଧରାପଡିଛନ୍ତି । ସେମାନେ ନକଲି ପ୍ରମାଣପତ୍ର ଦେଇ ବିଭିନ୍ନ ସ୍କୁଲରେ ଚାକିରି କରିଥିବା ଜଣାପଡିଛି । ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏମାନେ ଧରିପଡ଼ିଥିଲେ । ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ଦାଏର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଇଓ । ଏହା ସହ ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଧରାକୋଟ ବ୍ଲକର ୪ଜଣ ଶିକ୍ଷକ ଯଥା ନୂଆଁସାହି ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକ, ବରଡ଼ାବିଲି ଉନ୍ନତି ଉଚ୍ଚ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ଏବଂ ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନାରାୟଣ ବେହେରାଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ଯାଞ୍ଚରେ ଧରାପଡ଼ିଥିଲା ।

Advertisement