ବ୍ରହ୍ମପୁର,୦୩/୧୧ ( ଡି.ଏଚ/ ସାହେବ ନାୟକ ) : ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରାଧାଶ୍ୟାମ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ଏକ ଜରୁରୀ କାଳୀନ ସାଧାରଣ ସଭା ଅନୁଷ୍ଠିତ ହଇଯାଇଛି । ସରକାର ଙ୍କ ବିଭିନ୍ନ ନୀତି ଠିକାଦାରଙ୍କୁ ବହୁତ କ୍ଷତିରେ ପକାଉଛି । 2014ର ପୂର୍ଣ୍ଣ ଆକଳନ କରିବା ସହ ଭାରତ ସରକାରଙ୍କ ଟେଂଡର ନିୟମାବଳିର ତୁରନ୍ତ ପ୍ରଚଳନ ସହ ଓଡିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ 14.99 ପୂର୍ଣ୍ଣ ପ୍ରତିହାର, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାଇ Gst 10% ପ୍ରାପ୍ୟ ପ୍ରଦାନ କରିବା ଆଦି 10ଦଫା ଦାବି ଉପରେ ଆଲୋଚନା କରିଥିଲେ l ଏ ନେଇ ସରକାରଙ୍କୁ ଏହି 10ଦଫା ଦାବି ପୂରଣ କରିବା ପାଇଁ ପୂର୍ବରୁ ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ ।ଏହି ଦାବିକୁ ପୂର୍ଣ୍ଣ ସମର୍ଥନ କରି ଗଞ୍ଜମ ଜିଲ୍ଲାରସମସ୍ତ ଠିକାଦାର ଏହି ଜରୁରୀ କାଳୀନ ବୈଠକରେ ଯୋଗଦେଇଥିଲେ ।ଏଵଂ ସରକାରଙ୍କ ଏହିଭଳି ନୀତି କୁ ଦୃଢ଼ ନିନ୍ଦା କରିଥିଲେ, ଏହି ଦାବି ପୂରଣ ନ ହେଲେ ସମସ୍ତ ଠିକାଦାର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରୁ ନିବୃତ ରହି କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି ସଭାରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସାଧାରଣ ସମ୍ପାଦକ ଜି. ଗୋପାଳ ରାଓ ଦୋରା, ସୁରେନ୍ଦ୍ର ପାଣିଗ୍ରାହୀ, ଗୋପାଳ କୃଷ୍ଣ ପଣ୍ଡା, ସୁନୀଲ କୁମାର ପଣ୍ଡା, ଶ୍ରୀନିବାସ ମହାପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ସଚିନ ପାଢ଼ୀ, ମଙ୍ଗୁଲୁ ପାତ୍ର, ନିରଞ୍ଜନ ରେଡି, ପଞ୍ଚାନନ ସାହୁ, ଗଜେନ୍ଦ୍ର ପଣ୍ଡା, ବାଲ୍ୟ ଦଳାଇ, ଗଣେଶ ମହାନ୍ତି, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
















