Saturday, October 24, 2026
ADVERTISEMENT
Home ଆଞ୍ଚଳିକ ୨୩ରେ ଉଦଘାଟନ ହେବ ହିଞ୍ଜିଳିକାଟୁ ଦେୱାନୀ ଓ ଫୌଜଦାରୀ ଅଦାଲତ

୨୩ରେ ଉଦଘାଟନ ହେବ ହିଞ୍ଜିଳିକାଟୁ ଦେୱାନୀ ଓ ଫୌଜଦାରୀ ଅଦାଲତ

ନୂତନ ନ୍ୟାୟଳୟ ପରିଦର୍ଶନ କଲେ ଜିଲ୍ଲା ଜଜ୍ ଓ ଜିଲ୍ଲାପାଳ

455
ADVERTISEMENT

ହିଞ୍ଜିଳିକାଟୁ, ୧୯/୬(ଶେଷଦେବ ସାହୁ): ଚଳିତ ମାସ ୨୩ ତାରିଖରେ ଉଦଘାଟନ ହେବାକୁ ଥିବା ହିଞ୍ଜିଳିକାଟୁ ଦେୱାନୀ ଓ ଫୌଜଦାରୀ ଅଦାଲତ କୋଠାକୁ ଗଞ୍ଜାମ ଜିଲ୍ଲା ଦୌରାଜଜ୍ ବିଭୂପ୍ରସାଦ ରାଉତରାୟ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ପରିଦର୍ଶନ କରିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ନୂଆଁଗଡ଼ ନିକଟରେ ୩ କୋଟି ୮୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଦେୱାନୀ ଓ ଫୌଜଦାରୀ ଅଦାଲତ ପରିସରରେ ବୃକ୍ଷରୋପଣ କରିବାପାଇଁ ଜିଲ୍ଲାପାଳ କୁଳାଙ୍ଗେ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ ଅଦାଲତ ପରିସର ମଧ୍ୟ ବୁଲି ଦେଖିଥିଲେ ।

ଜିଲ୍ଲା ଜଜ୍ ଓ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟଳୟର ବିଚାରପତି ଶ୍ରୀଦୀପ ମିଶ୍ର, ଜିଲ୍ଲା କୋର୍ଟ ରେଜିଷ୍ଟାର ଅମିତସ୍ୱରୁପ କୁମାର ସେଠା, ପୁଲିସ ହାଉସିଂ ବୋର୍ଡ଼ର ଉପ-ପରିଚାଳକ ଗୌରହରି ପ୍ରଧାନ, ପୁଲିସ ହାଉସିଂ ବୋର୍ଡ଼ର ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମହାନ୍ତି, ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର, ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଆଇନଜୀବୀ ସଂଘର ସଭାପତି ଦ୍ଵିତୀକୃଷ୍ଣ ସାବତ, ରାମଚନ୍ଦ୍ର ମହାପାତ୍ର, ମୁକ୍ତିରାମ ସାବତ, ନିରଂଜନ ସାହୁ, ପ୍ରମୋଦ ଦଳାଇ, ଏପିପି ଯିଶୁରାମ ବେହେରା, ଚିତ୍ତରଞ୍ଜନ ମହାରଣା, ରୁଦ୍ରପ୍ରସାଦ ମହାପାତ୍ର, ମହେନ୍ଦ୍ର ପାତ୍ର ତଥା ସ୍ଥାନୀୟ ଜେଏମଏଫସି ନ୍ୟାୟଳୟର କର୍ମକର୍ତାଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ ।

Advertisement