ହିଞ୍ଜିଳିକାଟୁ,୦୨/୧୧ (ଡି.ଏଚ/ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଠାରେ ଶନିବାର ୬୮ ତମ ଗୋ ସମ୍ବର୍ଦ୍ଧନା ସପ୍ତାହ ଓ ଜିଲ୍ଲାସ୍ତରୀୟ ଗୋ ପ୍ରଦର୍ଶନୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ତ୍ରିନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ଦୁଗ୍ଧ ସମବାୟ ସମିତିର ପରିଚାଳକ ଡ଼ଃ. ଦିଲ୍ଲିପ କୁମାର ପଟ୍ଟନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସକ, ଛତ୍ରପୁର ଡ଼ାକ୍ତର ଅମିତାଭ ପଣ୍ଡା, ଉପଖଣ୍ଡ ପ୍ରାଣୀ ଚିକିତ୍ସକ, ବ୍ରହ୍ମପୁର ଡ଼ାକ୍ତର ଜଗନ୍ନାଥ ନନ୍ଦ, ଉପଖଣ୍ଡ ପ୍ରାଣୀ ଚିକିତ୍ସକ, ଭଂଜନଗର ଡ଼ାକ୍ତର ବନମାଳି ସାହୁ, ଅତିରିକ୍ତ ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡ଼ାକ୍ତର ମଧୁସୂଦନ ସୁବୁଦ୍ଧି, ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ, ଖଲ୍ଲିକୋଟ ଡ଼ାକ୍ତର ମନୋଜ ପଟ୍ଟନାୟକ ଓ ହିଂଜିଳି ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ ପ୍ରମୁଖ ମଂଚାସିନ ଥିଲେ ।

ଏହି ଅବସରରେ ଗୋପୂଜନ, ଗୋ ପ୍ରଦର୍ଶନ, ଗାଇ, ଛଡ଼ା ଓ ବାଛୁରୀ ପଦର୍ଶନ କାର୍ଯ୍ୟକ୍ରମ ସମ୍ପାଦନ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଗୋପାଳକ ମାନଙ୍କ ସହ ଶ୍ରୀକୃଷ୍ଣଙ୍କ ଅଭିମୁଖ୍ୟ ସହ ରାଜ୍ୟ ସରକାରଙ୍କ କୃଷି ସହ ଗୋ ସମ୍ପଦ ପାଳନ, ସୁରକ୍ଷା ଏବଂ କୃଷକଙ୍କ ସହ ଗୋସମ୍ପଦର ବିକାଶ ନେଇ ବିଭିନ୍ନ ଜନହିତକର ଯୋଜନା ସମନ୍ଧରେ ବକ୍ତବ୍ୟ ରଖିଥିଲେ । ପ୍ରଦର୍ଶନୀ ଶିବିରରେ ଅଂଶଗ୍ରହଣ କରିଥିବା ଥିବା ୨୫ ଟି ଗୋପାଳକଙ୍କ ମଧ୍ୟରୁ ୯ ଗୋପାଳକଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ରାଳବର କାମା ଦଳାଇ, ନିମିଗାଁର ସଂଜୟ କୁମାର ସାବତ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଏକ ଗୋଷ୍ଟି ଭିତିକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜନ କରାଯାଇଥିଲା । ହିଂଜିଳି ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଧିକାରୀ ଡ଼ାକ୍ତର ଲମ୍ବୋଦର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ଏଭିଏଏସ ପ୍ରବୀଣ ସାହୁ, ଗଣ୍ଡଳା ଭିଏଏସ ପିତବାସ ସାହୁ, ଏଭିଏଏସ ପ୍ରିୟଦର୍ଶନୀ ପଟ୍ଟନାୟକ, ଏଲଆଇ ଗୋପିନାଥ ବେହେରା, ସୁକୁଟା ବେହେରା, ସୁଦାମ ନାୟକ, ତ୍ରିନାଥ ପରିଡ଼ା, ସୁଶାନ୍ତ ପାଣିଗ୍ରାହୀ, ବିଶ୍ୱନାଥ ବେହେରା, ପ୍ରଭାତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ଗୋପାଳକ ଓ ଚାଷୀ ଉପସ୍ଥିତ ଥିଲେ ।
















