Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଯୋଗାଣ ସହାୟିକାଙ୍କୁ ହିତାଧିକାରୀଙ୍କ ଆକ୍ରମଣ ଅଭିଯୋଗ

ଯୋଗାଣ ସହାୟିକାଙ୍କୁ ହିତାଧିକାରୀଙ୍କ ଆକ୍ରମଣ ଅଭିଯୋଗ

392
ADVERTISEMENT

କୁକୁଡାଖଣ୍ଡି,୧/୧୧(ଡି.ଏଚ/ଇ.ରଞ୍ଜନ):କୁକୁଡାଖଣ୍ଡି ବ୍ଲକ କକିଂଆ ପଞ୍ଚାୟତର ଯୋଗାଣ ସହାୟିକାଙ୍କୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ପରିବାର ଆକ୍ରମଣ କରିଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କକିଂଆ ପଞାୟତର ଯୋଗାଣ ସହାୟିକା ସୁମିତ୍ରା ନାହାକ ଗୁରବାର ପଂଚାୟତ କାର୍ଯ୍ୟଳୟଠାରେ ଚାଉଳ ବାଣ୍ଟୁଥିବା ସମୟରେ ଉକ୍ତ ଗ୍ରାମର ମମତା ନାୟକ ପରିବାର ସହ ଚାଉଳ ନେବାକୁ ଆସିଥିଲେ। କିନ୍ତିୁ ଧାଡିରେ ଠିଆ ହେବାକୁ ସହାୟୀକା କହିଥିବାରୁ ଏହାକୁ ହିତାଧିକାରୀ ପରିବାର ଅମାନ୍ୟ କରିଥିଲେ । ଏହାକୁ ନେଇ ସହାୟୀକା ଓ ହିତାଧିକାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉପସ୍ଥିତି ଥିବା କିଛି ବ୍ୟକ୍ତି ବୁଝାସୁଝା କରି ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସ କରିଥିଲେ । ହିତାଧିକରୀ ଚାଉଳ ଧରି ଚାଲିଯାଇଥିଲା । ପରର୍ବତ୍ତୀ ସମୟରେ ପୁର୍ନବାର ହିତାଧିକାରୀ ଘଟଣାସ୍ଥଳରେ ଆସି ସହାୟୀକା ମମତାକୁ ଗାଳିଗୁଲଜ କରି ଆକ୍ରମଣ କରିଥିବା କୁହାଯାଉଅଛି । ଏହି ଘଟଣାରେ ଯୋଗାଣ ସହାୟିକା କୁକୁଡାଖଣ୍ଡି ବିଡିଓଙ୍କୁ ଘଟଣା ସଂପର୍କରେ ଅବଗତ କରାଇବା ପରେ ବିଡିଓ ଗଦାଧର ପାତ୍ର,ଯୋଗାଣ ଅଧିକାରୀ ଏମ.ପ୍ରଶାନ୍ତ ରାଓ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ। ଯୋଗାଣ ସହାୟିକା ମଧ୍ୟ କୁକୁଡାଖଣ୍ଡି ଡାକ୍ତରଖାନା ଯାଇ ଡାକ୍ତରୀ ପରୀଷା କରାଇଥିଲେ। ଗୋଳନ୍ଥାରା ଥାନାରେ ଉଭୟ ପଷ ଏତଲା ଦେଇଥିଲେ। ଥାନାରେ ମମତା ନାୟକଙ୍କ ଅଭିଯୋଗ ଅନୁଯାଇ ୨୭୬/୧୯ ଓ ଯୋଗାଣ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ୨୭୭/୧୯ ରେ ଦୁଇଟି ମାମଲା ରୁଜୁ କରାଯାଇଛି ଘଟଣାରେ କିଏ ଗିରଫ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଥିବା ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତିl

Advertisement