କୁକୁଡାଖଣ୍ଡି,୧/୧୧(ଇ.ରଞ୍ଜନ):ହୁଗୁଳାପଟା ଲଷ୍ମୀନୃସିଂହ ମନ୍ଦିର ସାହିରେ ଗତ କିଛିଦିନ ଧରି ଦେଖାଦେଇଥିବା ଡାଏରିଆ ଆତକଂ କୁ ଗୁରୁବାର ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରି ଟିମ । ଡ଼ଃ. ଅବନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଡ଼ଃ. ସାବିତ୍ରୀ ରାଉତ, ମାଇକ୍ରୋବାଓଲୋଜିଷ୍ଟ ପଲବି ପତି, ସୁପରଭାଇଜର ସୁରେନ୍ଦ୍ର ବେହେରା, ରାଜେନ୍ଦ୍ର ନାୟକ ଘରକୁ ଘର ଯାଇ ସ୍ଥିତି ପରକ୍ଷୀଥିଲେ ଲୋକଙ୍କୁ ସଚେତନ କରାଇଥିଲେ କିଛି ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ ଏବଂ ଲୋକଙ୍କୁ ୱରେସ ବଣ୍ଟନ କରିଥିଲେ. ଏହି ସାହିରେ ବସବାସ କରୁଥିବା ୮ ଟି ପରିବାରର ବ୍ୟକ୍ତିକୁଂ ଗତ ୩ଦିନ ହେଲା ଝାଡା ହେଉଥିବା ଦେଖାଦେଇଛି। କିଛି ଲୋକ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ହୋଇ ଫେରିଥିବା ବେଳେ କେତେ ଜଣ ବ୍ୟକ୍ତି ଏବେ ମଧ୍ୟ ଏମକେସିଜିରେ ଚିକିତ୍ସାଧିନ ଅଛନ୍ତି। ମନ୍ଦିର ନିକଟରେ ଥିବା ପୋଖରୀ ହୁଡାରେ ଲୋକେ ମଳତ୍ୟାଗ କରୁଥିବା ବେଳେ ବର୍ଷା ହେଲେ ତାହା ପୋଖରୀରେ ମିଶୁଛି। ଯାହାଦ୍ୱାରା କି ଲୋକେ ଉକ୍ତ ପାଣିରେ ଗାଧୋଇବା ଦ୍ୱାରା ଝାଡାବାନ୍ତିର ଶିକାର ହେଉଛନ୍ତି। ଗ୍ରାମରେ ଆଶା କର୍ମୀ ,ଏଏନଏମ ଗୀତାଞ୍ଜଳି ସତପଥି, ପ୍ରମିଳା କୁମାରୀ ଦାସ, ସରପଞ ପ୍ରଦୀପ ମଲାଣ, ଅଙ୍ଗନବାଡି ରଂଜିତା ମହାରଣା, ନୁନୁମା ସ୍ୱାଇଁ, ଆଶା ସରିତା ବିଶୋଇ, ରୀନା ସ୍ୱାଇଁ, କଲ୍ୟାଣୀ ସ୍ୱାଇଁ ଘରକୁ ଘର ବୁଲି ଲୋକକୁଂ ସଚେତନ କରାଇବା ସହ ଓୌଷଧ ପ୍ରଦାନ କରିଥିଲେ।
















