କୁକୁଡ଼ାଖଣ୍ଡି,୩୦/୧୦(ଡି.ଏଚ/ଇ.ରଞ୍ଜନ):କୁକୁଡ଼ାଖଣ୍ଡି ବ୍ଲକ ବା ଗୋପାଳପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଭୁକ୍ତ ହୁଗୁଳାପଠା ଗ୍ରାମରେ ନୂତନ ପାଣିଟାଙ୍କି ନିର୍ମାଣ ଆଳରେ ଦୀର୍ଘ ୩ ମାସ ଧରି ପାଣି ସମସ୍ୟା ନେଇ ବାରମ୍ବାର ବ୍ଲକ ବି.ଡ଼ି.ଓ ଙ୍କୁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଦାୟିତ୍ୱରେ ଥିବାବେଳେ ଜୀବନ ଚନ୍ଦ୍ର ମଲିକ କୌଣସି ଅଭିଯୋଗ ଶୁଣିନଥିବା ଗ୍ରାମବାସୀ ଲୋକେ ଉଚ୍ଚକର୍ତ୍ତୃପକ୍ଷ କଟାକ୍ଷ କରିଛନ୍ତି ଯେହେତୁ ଓଏସ ପ୍ରଶାସନ ଅଧିକାରୀଙ୍କୁ କିଛି ଆଇ.ଏ.ସ ପ୍ରଶାସନ ଅଧିକାରୀ ଓ ବଡ଼ ନେତାଙ୍କ ସାହାଯ୍ୟ ସହଯୋଗ ଦୃଢ ରହୁଥିବା ଚର୍ଚ୍ଚା ରହିଛି lକିନ୍ତୁ ସାଧାରଣ ଲୋକଙ୍କୁ କେହି ସାହାଯ୍ୟ ଓ ସହଯୋଗ କରୁନଥିବା ଯୋଗୁଁ ଅଭିଯୋଗ ହେବା ପରେ ମଧ୍ୟ ପାଣି ସମସ୍ୟା ସ୍ଥିର ହେବା ପୂର୍ବରୁ ଗ୍ରାମରେ ହଇଜା ରୋଗରେ ପ୍ରାୟ ୩0 ଜଣ ଆକ୍ରାନ୍ତ ହେଲେଣି lଏଥିପ୍ରତି ସରପଞ୍ଚଙ୍କ ଆନ୍ତରିକତା କିଛି ରହୁନଥିବା ସହ ପିଇବା ପାଣି ପାଇଁ ଲୋକଙ୍କୁ ଆଜି ଆସିବ କାଲି ଆସିବ ନେଇ ଭୁଆଁ ବୁଲାଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l ଏହି ରୋଗ ବ୍ୟାପିବା ଯୋଗୁଁ ବର୍ତମାନ ବି.ଡ଼ି.ଓ ଗୋଦାଧର ପାତ୍ରଙ୍କୁ ଗ୍ରାମର କିଛି ୱାର୍ଡମେମ୍ବର ଦୃଷ୍ଟି ଆକର୍ଷଣ କରିଥିବାରୁ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେl ଡାକ୍ତର ଆସି ଅଯଥାରେ ଚିକିତ୍ସା ନକରି ଫେରି ଯାଇଥିବା ଯୋଗୁଁ ବଡ଼ ମେଡିକାଲ ଯାଇ ରୋଗୀ ମାନେ ଚିକିତ୍ସା ହୋଇଥିଲେ l ତେଣୁ ପାନୀୟଜଳ ଖୁବ ଶୀଘ୍ର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି lନଚେତ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ସ୍ଥିର କରିଥିବା ଗ୍ରାମଲୋକେ ସୂଚନା ଦେଇଛନ୍ତି l
















