ବ୍ରହ୍ମପୁର,୩୦/୧୦(ଡି.ଏଚ/ସାହେବ ନାୟକ):ବ୍ରହ୍ମପୁର ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ତରଫରୁ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଆଗା ସାହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ଏହି ରାଲି ୯,୧୧,୧୨,୧୩ ୧୪, ୧୫ ନଂ ୱାର୍ଡର ସମସ୍ତ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡୀ କର୍ମୀ ମିଳିତ ଭାବରେ ଏହି ସ୍ୱଚ୍ଛତା ଆୟୋଜିତ କରିଥିଲେ ।

ଏହି ଅବସରରେ ଆଗା ସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ପାଇଁ ଶପଥ ପାଠ କରାଯାଇଥିଲା ।ଏହି ରାଲି ବିଭିନ୍ନ ସାହି ପରିକ୍ରମା କରି ଜନ ସାଧାରଣଙ୍କୁ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ବିଷୟରେ ସଚେତନତା କରାଇଥିଲେ l
















