Sunday, November 22, 2026
ADVERTISEMENT
Home ଆଞ୍ଚଳିକ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା

ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା

331
ADVERTISEMENT

ପୋଲସରା,୩୦/୧୦(ଡି.ଏଚ/ସୁଦାମ ମହାରଣା):ଗଞ୍ଜାମଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ, ଡିମ୍ବିରିଆ,ମଧୁସୂଦନ ପୁର,ଛଞ୍ଚାଳିଆପଲ୍ଲି,ମନସିଳା,ବଘାଡି ଗ୍ରାମରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ହୋଇଥିଲା। ଏକ ବିରାଟ ରାଲିରେ ବିଭିନ୍ନ ଗାଁ ବୁଲିବା ସହ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ସାହୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ସଫଳତା ବିଷୟରେ ଅବଗତକରିଥିଲେ। ଶତାଧିକ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

Advertisement