କୁକୁଡ଼ାଖଣ୍ଡି,୩୦/୧୦(ଡି.ଏଚ/ଇ.ରଞ୍ଜନ):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପ୍ରତିବର୍ଷ କାର୍ତିକ ମାସରେ ଗ୍ରାମରେ ଗତ ବର୍ଷ ୧୦୮ପ୍ରହରୀ ଭଳି ଏହି ବର୍ଷ ଭକ୍ତଙ୍କ ସ୍ୱଇଚ୍ଛାରେ ରାମନାମ ଉଚ୍ଚାରଣ କରିବା ନିମନ୍ତେ ଆଉ ୮ ପ୍ରହରୀ ବଢ଼ାଇ ଗୁରୁବାର ଏକ ବିରାଟ କଳସ ଯାତ୍ରା ପଟୁଆରରେ ମହିଳାଙ୍କୁ ନେଇ ମୁର୍ଦଙ୍ଗ ସହ ବଡ଼ ଆନନ୍ଦ ଉଲ୍ଲାସରେ କଳସ ଯାତ୍ରା ପାଳିତ ହୋଇଯାଇଛିl ଗ୍ରାମରେ ଏହା ଦୀର୍ଘ ୧୬ ଦିନ ବ୍ୟାପି ଅନୁଷ୍ଠିତ ହେବା ନିମନ୍ତେ ସୂଚନା ମିଳିଛି l

ଏବଂ ଏହା ଏକ ଗ୍ରାମର ଯାତ୍ରା ଭଳି ପାଳିତ ହେବ l ଏଥିରେ ବହୁ ଗ୍ରାମର ଲୋକଙ୍କ ସହଯୋଗରେ ହରେ କୃଷ୍ଣ ନାମ ସଂକୀର୍ତନରେ ଗ୍ରାମର ସହଯୋଗୀ କମିଟି ମିଳିତ ଉଦ୍ୟମ ଜାରିରଖିଛିl ଉକ୍ତ କାର୍ଯ୍ୟକ୍ରମର ଗ୍ରାମ୍ୟ ସହଯୋଗୀ ହାଡୁବନ୍ଧୁ ବେହେରା, କେ.ତ୍ରିନାଥ, ବିଜୟକୁମାର, ସୁଦର୍ଶନ ପାଢୀ, ରାଜାରାଓ ପାତ୍ର, ସୀମାଞ୍ଚଳ ମହାରଣା, ସୁଦର୍ଶନ ସlହୁ, ସୀମାଞ୍ଚଳ ସାହୁ, ସୁବାଷ ପାତ୍ର, ଦେବରାଜ ସାହୁ, ସୀମା ଡାକୁଆ, ସୁବାଷ ଡାକୁଆ, ରାଧାମୋହନପାତ୍ର ପ୍ରମୁଖଙ୍କ ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏବଂ ଗ୍ରାମର ଭୋଗ ନିମନ୍ତେ ଆଦାୟ କରାଯାଇଥିବା ଭକ୍ତଙ୍କୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି l
















