Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ସଚେତନ କଲେ ଗ୍ରୀନ ଆକ୍ଟିଭିଷ୍ଟ ଲିସିପ୍ରିୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଦିବସରେ

ସଚେତନ କଲେ ଗ୍ରୀନ ଆକ୍ଟିଭିଷ୍ଟ ଲିସିପ୍ରିୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଦିବସରେ

280
ADVERTISEMENT

ପାରଳାଖେମୁଣ୍ଡି,୩୦/୧୦(ଡି.ଏଚ/ପ୍ରଭାତ କୁମାର ପାତ୍ର)– ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଦିବସ ଅବସରରେ ପାରଳା ସ୍ୱାଭିମାନ ମଞ୍ଚ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ କଲେଜ ପରିଶରରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟର ୮ବର୍ଷର କୁନି ପ୍ରକୃତିବନ୍ଧୁ ଶିଶୁ ବିଶେଷଜ୍ଞ ଝିଅ ଲିସିପ୍ରିୟା ଯିଏକି ପରିବେଶ ପାଇଁ ଦିଲ୍ଲିର ଇଣ୍ଡିଆ-ଗେଟ ନିକଟରେ ନିଜର ଲଢେଇ ଆରମ୍ଭ କରିଥିଲେ । ସେ ବିଶେଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ କଲେ ପ୍ରାକୃତିକ ବିପର୍ଯ୍ୟୟ ଟଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗଜପତି ଜିଲ୍ଲାକୁ ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ଏଠାରେ ସବୁଜ ବିପ୍ଳବ ଆଣିବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲା । ଏହି ସଭାରେ ବରିଷ୍ଠ ପରିବେଷବିତ ଚନ୍ଦନ ଘୋଷ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତିୟ ସ୍ତରର ପରିବେଶବିତ କେ.କେ.ସିଂ, ଜିଲ୍ଲା ପରିଷଦ ସଭ୍ୟ ହିମ୍ମାଂସୁ ଲିମ୍ମା ଓ ବରିଷ୍ଠ ନେତା ଏସ.ଗଜପତି ରାଓ ପ୍ରମୁଖ ଯୋଗ ଦେଇ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ବିଭିନ୍ନ ଶ୍କୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ ।

Advertisement