ବାଲିଗୁଡ଼ା,୨୯/୧୦(ଡି.ଏଚ/ପ୍ରଶାନ୍ତ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ କରାଯାଇଛି lଏହି ଗ୍ରାମସଭାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିର କାର୍ଯ୍ୟ କରିବା ପାଇଁ ନୂତନ କାମ ପାଇଁ ହୋଇଥିଲା ହେଲେ ଲୋକଙ୍କ ଉପସ୍ଥିତି ନହେବାରୁ ବନ୍ଦ କରାଯାଇଥିଲା lଏହି ବୈଠକରେ ଆସିଥିବା ଗ୍ରାମବାସୀଙ୍କ ଅଭିଯୋଗ ଗ୍ରାମରେ ମଶାଣି ଗୃହ , ବଜାରରେ ଦୋକାନ ପାଇଁ ନୂତନ ଗୃହ ନିର୍ମାଣ ପ୍ରତି ୱାର୍ଡରେ ପାନୀୟ ଜଳର ସୁବିଧା,ଷ୍ଟ୍ରିଟ ଲାଇଟର ସୁବିଧା ଉପରେ ଏନେଇ ଅଭିଯୋଗ କରିଥିଲେ l
















