Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଡାକ୍ତରଖାନା ପାଲଟିଛି ଭୁତଖାନା

ଡାକ୍ତରଖାନା ପାଲଟିଛି ଭୁତଖାନା

598
ADVERTISEMENT

ବାଲିଗୁଡ଼ା,୨୯/୧୦(ଡି.ଏଚ/ବାଳକୃଷ୍ଣ ପାଢ଼ୀ):ଡାକ୍ତରଖାନା ପାଲଟିଛି ଭୁତଖାନା lଏଭଳି ଘଟଣା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ବାଟାଗୁଡ଼ା ପଞ୍ଚାୟତରେ lଏହି ଗ୍ରାମ ବାଲିଗୁଡ଼ା ଠାରୁ ଦଶ କିଲୋମିଟର ଦୂର lଏହି ମେଡିକାଲକୁ ତିନୋଟି ପଞ୍ଚାୟତର ଜନସାଧାରଣ ଭରସା କରିଥାନ୍ତି ହେଲେ ରାତି ଅଧରେ କୌଣସି ଅସୁବିଧା ହେଲେ ବାଲିଗୁଡ଼ା ଯିବାକୁ ପଡ଼ିଥାଏ lଏଠିକାର ଲୋକ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାର ଦେଖା ଦେଇଥିଲା l ଆଗକୁ ଏହାର କୌଣସି ପଦକ୍ଷେପ ନନିଆଯାଏ ତାହାହେଲେ ଜାତୀୟ ରାଜପଥ ୫୯କୁ ଅବରୋଧ କରିବା ପାଇଁ ଚେତାବନୀ ଦେଇଥିଲେ ଗ୍ରାମବାସୀ l

Advertisement