ବାଲିଗୁଡ଼ା,୨୯/୧୦(ଡି.ଏଚ/ଟିକି ଦଣ୍ଡିଆ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତ ପଲାମୀ ଗ୍ରାମରେ କିଛି ଗାଁ ଲୋକ ଦୁଈଜଣ ଚୋରଙ୍କୁ ଧରି ବାଲିଗୁଡ଼ା ଥାନାକୁ ହସ୍ତାନ୍ତର କରିଥିଲେl ଏହାପରେ ପୋଲିସ ସେହି ଦୁଈ ଜଣଙ୍କୁ ପଚରା ଉଚରା କରିବା ପରେ ଆଉ ଜଣଙ୍କୁ ଗଟାଙ୍ଗି ଗ୍ରାମରେ ଗିରଫ କରିଥିଲା l ସେମାନେ ତିନିଜଣ ହେଲେ ଦାସ ଭିଟ୍ରିଆ ମୋହନଗିରି,ହେମନ୍ତ ସାହୁ ପଣ୍ଡାକାମଳ ଓ ଗିରି ଛତ୍ରିଆ ଏମ . ରାମପୁର ବ୍ଲକ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର l ଏମାନଙ୍କପାଖରେ ମାରଣାସ୍ତ୍ର ଦେଶୀ ବନ୍ଧୁକ ଓ ଭୁଜାଲି ଥିଲା ଏହାକୁ ସିଜ କରିବା ସହ ପୋଲିସ ଏସଆଇ ଦୀପକ ରାଉତ ତଦାରଖ କରି କେଶ ନମ୍ବର ୧୪୬/୨୦୧୯ ରେ ମାମଲା ରୁଜୁ କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ କୋର୍ଟ ଚାଲାଣ କରାଯାଇଛି l

















