Saturday, November 21, 2026
ADVERTISEMENT
Home ଆଞ୍ଚଳିକ ପ୍ରାଥମିକ ବିଦ୍ୟାଳୟରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ

ପ୍ରାଥମିକ ବିଦ୍ୟାଳୟରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ

575
ADVERTISEMENT

ଲୋଚାପଡ଼ା,୨୯/୧୦(ଡି.ଏଚ/ଗୁରୁ ପ୍ରସାଦ ପଟ୍ଟନାୟକ):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଲୋଚାପଡ଼ା ନିକଟସ୍ଥ ବାସୁଦେବ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାନ୍ନ ଭୋଜନ ନିମନ୍ତେ ରନ୍ଧନ ପ୍ରସ୍ତୁତ କରୁଥିବାବେଳେ ଗ୍ୟାସ ସିଲିଣ୍ଡରର ରେଗୁଲେଟରେ ସାମାନ୍ୟ ତ୍ରୁଟିଥିବା ଯୋଗୁଁ ସିଲିଣ୍ଡରଟି ବିସ୍ପୋରଣ ହୋଇଥିଲା l ଏଥିରେ କାହାରି କିଛି ଦୁର୍ଘଟଣା ହୋଇନଥିଲା l

ବିସ୍ପୋରଣ ହେବା ପୂର୍ବରୁ ଛୋଟ ଛୋଟ ସ୍କୁଲ ପିଲାମାନେ ଭୟ ଭିତରେ ଦୌଡ଼ି ପଳେଇଥିବା ସୂଚନା ମିଳିଛି l ବିଦ୍ୟାଳୟ ପରିସରରେ କାର୍ଯ୍ୟରତ ଥିବା ଜଣେ ମିସ୍ତ୍ରୀ ବାଲି ପକାଇ ନିଆଁକୁ ଆୟତ କରିଥିଲେ। ପରେ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଆସିଥିଲା । ସ୍କୁଲରେ ମୋଟ ୧୨୩ ପିଲା ମଧ୍ୟରୁ ୧୧୫ ପିଲା ଉପସ୍ଥିତ ଅଛନ୍ତି । କିନ୍ତୁ ସୌଭାଗ୍ୟବଶତଃ କାହାର କୌଣସି କ୍ଷୟ କ୍ଷତି ହୋଇ ନାହିଁ ବୋଲି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି ।

Advertisement