କୁକୁଡାଖଣ୍ଡି,୨୭/୧୦(ଇଂ.ରଞ୍ଜନ):ଗୁରୁଣ୍ଠି ପଞ୍ଚୁ ମନ୍ଦିର ସମ୍ମୁଖରେ ଥିବା ବାବୁ ରାଇସମିଲ ପାର୍ଶ୍ଵରେ ଏକ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଡି.ରବି ପାତ୍ର ଙ୍କ ୫ଟି ମଇଁଷି ର ମୃତ୍ୟୁ ହୋଇଛି। ମଇଁଷି ଗୁଡିକ ମିଲ ନିକଟସ୍ଥ ପଡିଆରେ ଚରୁଥୁବା ବେଳେ ଗୋଟେ ମଇଁଷି ଅସାବଧାନତା ବସତ ଟ୍ରାନ୍ସଫର୍ମରେ ଲାଗିଯାଇଥିଲା ।ଫଳରେ ମଇଁଷିଟି ଗର୍ଜନ ସୃଷ୍ଟି କରିବାରୁ ଅନ୍ୟ ମଇଁଷି ମାନେ ତାହାକୁ ରକ୍ଷକ ସାଜି ତା ପାଖକୁ ଯାଇ ଟ୍ରାନ୍ସଫର୍ମର ନିକଟତର ହୋଇ ମୃତ୍ୟୁମୁଖରେ ପଡ଼ିରହିଥିବା ସୂଚନା ମିଳିଛି। ମଇଁଷି ଗୁଡିକର ମୃତଦେହ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ପଡି ରହିଛି। ମିଲ ମାଲିକଙ୍କ ବେପାରୁଆ ମନୋଭାବ ଯୋଗୁଁ ଏହି ନିରିହ ୫ଟି ମଇଁଷି ର ଜୀବନ ଚାଲିଯାଇଥିବା ସହ ସାଉଥକୋ ବିଭାଗର ଅଜଣାତରେ ମିଲ ମାଲିକ ଟ୍ରାନ୍ସଫର୍ମଟିକୁ ମୁକୁଳା କରି ରଖିଥିବା ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି।
















