ପୁରୁଷୋତ୍ତମପୁର,୨୬/୧୦(ଡ଼ି.ଏଚ/ସୁଦାମ ମହାରଣା) : ଲଘୁଚାପଜନିତ ଲଗାଣ ବର୍ଷାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବେହାଲ ।ଏହାର ପ୍ରଭାବରେ ତଳିଆ ଅଞ୍ଚଳ ବାସିନ୍ଦାଙ୍କ ଘରେ ଭିତରେ ପାଣି ପଶୁଥିବା ଦେଖିବାକୁ ମିଳିଛି । ଶହ ଶହ ଏକର ଧାନ ଫସଲ ଜଳବନ୍ଦୀ ଘେରରେ ରହିଛି । ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ସମା-ସିଙ୍ଗିପୁର ଗ୍ରାମ୍ୟ ରାସ୍ତା ଉପରେ ଆଣ୍ଠୁ ଏ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି ।ଏହି ଗ୍ରାମର ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ସ୍କୁଲଟି ଜଳଘେରରେ ରହିଥିବା ବେଳେ ,ସ୍କୁଲ ଭିତରେ ବିଦ୍ୟୁତ ଟାନ୍ସ ଫର୍ମ ର ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏହା ନେଇ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈଣସି ସୁଫଳ ମିଳି ନାହିଁ।
















