Friday, October 23, 2026
ADVERTISEMENT
Home ମୁଖ୍ୟ ଖବର ବ୍ରାଉନସୁଗାର ଜବତ

ବ୍ରାଉନସୁଗାର ଜବତ

310
ADVERTISEMENT

ବାଲେଶ୍ଵର, ୧୮/୬(ଦୁନିଆ ହାଲଚାଲ ): ବାଲେଶ୍ଵର ସହର ନିକଟ ତଥା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଛକ ନିକଟରୁ ପୁଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏକ କାରରେ ବ୍ରାଉନସୁଗାର ଚାଲାଣ କରାଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଫଳରେ ସହଦେବଖୁଣ୍ଟା ପୁଲିସ ପକ୍ଷରୁ ଦହପଡ଼ା ଛକ ନିକଟରେ ଉକ୍ତ କାରକୁ ଅଟକାଯାଇ ଚଢ଼ାଉ କରାଯାଇଥିଲା। କାରକୁ ଯାଞ୍ଚ କରିବା ସମୟରେ ସେଥରୁ ଏହି ବ୍ରାଉନସୁଗାର ମିଳିଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଏକ ଦାମୀ କାର(ଓଡି ୦୧ ଡବ୍ଲ୍ୟୁ ୭୯୯୫) ଜବତ କରାଯାଇଛି। ଏହି ବ୍ରାଉନସୁଗାର କେଉଁଠୁ ଆସୁଥିବା ଏବଂ କେଉଁଆଡ଼ ଯାଉଥିଲା ସେନେଇ ପୁଲିସ ତଦନ୍ତ ଚଳାଇଛି।

Advertisement