ବ୍ରହ୍ମପୁର,୨୦/୧୦(ଡି.ଏଚ/ଇ.ରଞ୍ଜନ):ବ୍ରହ୍ମପୁର ସହରରେ ପରିବେଶ ସନ୍ତୁଳନ କରିବା ନିମନ୍ତେ ଗ୍ରୀନ ଏକ୍ସନ ସପ୍ତାହ ପାଳନକୁ ନେଇ ଆଜି ବ୍ରହ୍ମପୁର ସ୍ଥିତ ମୋତି ହୋଟେଲରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ଦିନିକିଆ କର୍ମଶlଳା ଅନୁଷ୍ଠିତ ହୋଇଯାଇଛିl ଏହି ସଭା ବିଭୁ ପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମଞ୍ଚlଶୀନ ହୋଇଥିଲେ l ପ୍ରତ୍ୟେକ ମନୁଷ୍ୟ ଏହି ସଭ୍ୟ ସମାଜରେ କିପରି ଉନ୍ନତ ଖାଦ୍ୟ ଖାଇବେ, ସୁନ୍ଦର ସ୍ୱାସ୍ଥ୍ୟକୁ ଜୀବନଧାରଣ କରିବେ ଓ ଏହାର ଉନ୍ନତି ଆଣିବା ସାଙ୍ଗକୁ ଆମ ଚତୃପାର୍ଶ୍ୱରେ ଯେଉଁ ଅସହାୟ ଲୋକ ଖାଦ୍ୟଭାବ ଯୋଗୁଁ ପାଗଳଙ୍କ ପରି ସମାଜରେ ଘୁରି ବୁଲିଥାନ୍ତି, ସେମାନଙ୍କୁ ଥଇଥାନ ନିମନ୍ତେ ତାହାର ତଦାରଖ କରିବେ ବୋଲି ମତ ପ୍ରକାଶ କରିଥିଲେ l ଏଥିରେ ବହୁ ସଂଗଠନ ତଥା ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ରୁବେନ ହୁଡ଼ ଆର୍ମି, ଟିମ କ୍ଲିନ ସିଟି, ମାରୁବାଡ଼ି ମହିଳା ସମିତି ଏବଂ ମହାତ୍ମା ହେଲ୍ପ କ୍ଳବ ମିଳିତ ଭାବେ ଯୋଗଦେଇଥିଲେ l ଏଥିରେ ଜିଲ୍ଲା ସହଯୋଗୀକାରୀ ଶଙ୍କର ନାରାୟଣ ବେଜ, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ,ବିଭିନ୍ନ ଗଣ ମlଧ୍ୟମ ସାମ୍ବାଦିକ , କିଛି ନାଗରିକ ଗୋଷ୍ଠୀ ଓ ବହୁ ଛାତ୍ର ଉପସ୍ଥିତ ଥିଲେ l
















