ବ୍ରହ୍ମପୁର,୧୭/୧୦ (ଡି.ଏଚ/ଗୁରୁ ପ୍ରସାଦ) : ରାଜ୍ୟର ବିଭିନ୍ନ ସ୍ଥାନରେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କ ଉପରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୫ତାରିଖ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ମାରାଣତ୍ମକ ଆକ୍ରମଣ ପ୍ରତିବାଦରେ ଆମ ଜିଲ୍ଲାର ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଦକ୍ଷିଣାଞ୍ଚଳ ଉପ ମହାନିରୀକ୍ଷକଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଏବଂ ଜିଲ୍ଲା ବାହାରେ କର୍ତ୍ତବ୍ୟ ରତ ସାମ୍ବାଦିକ ଉପରେ ଅସାମାଜିକ ବ୍ୟକ୍ତି ମାନଙ୍କର ବାରମ୍ବାର ଆକ୍ରମଣ ଘଟି ଚାଲିଛି । ଗଂଜାମ ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମଞ୍ଚଳରେ ଥିବା ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘର କର୍ମକର୍ତ୍ତାମାନେ ଆଜି ଦକ୍ଷିଣାଞ୍ଚଳ ଡି.ଆଇ .ଜି ସତ୍ୟବ୍ରତ ଭୋଇଙ୍କୁ ସ୍ମାରକ ପତ୍ର ଦେବା ସହ ଅଭିନନ୍ଦନ ଜଣାଇଥିଲେ । ଡି.ଆଇ .ଜି ଶ୍ରୀ ଭୋଇଙ୍କୁ ତାଙ୍କ ଉକ୍ତିରେ କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ବକୁ ସୁରକ୍ଷା ଦେବା ପୋଲିସ ଓ ପ୍ରଶାସନର କର୍ତ୍ତବ୍ୟ ଆଜି ପର୍ଯ୍ୟନ୍ତ ଆମେ ସୁରକ୍ଷା ଦେବାରେ ଅବହେଳା କରିନାହୁଁ ବୋଲି କହିଥିଲେ । ଏହି ପ୍ରତିନିଧି ଦଳରେ କାଳିଦାସ, ସରିତା ପଣ୍ଡା, ଟି.ସତୀଶ ପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର ସୂର୍ଯ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପାତ୍ର, ଜି.ରାଜେଶ ,ଜି. ରାଜେନ୍ଦ୍ର ପ୍ରଧାନ, ସୁଜିତ ରାଉଳ, ଜଗନ୍ନାଥ ସାହୁ, ଅଜିତ ଦଳେଇ, କୃଷ୍ଣ ଚନ୍ଦ୍ର ପାଳ, ଅମର ଦାସ, ସନ୍ତୋଷ ପାଢ଼ୀ ,ପ୍ରଦୀପ ପଣ୍ଡା, ମାନସ ଦାସ ଓ ଜୟରାମ ମହାରଣା ,ପ୍ରମୁଖ ଡି.ଆଇ.ଜିଙ୍କୁ ସ୍ମାରକ ପତ୍ର ଦେଇ ଆଲୋଚନା କରିଥିଲେ ।
















