ବ୍ରହ୍ମପୁର/ଭଞ୍ଜନଗର, ୧୪/୧୦(ଡି.ଏଚ/ଗୁରୁପ୍ରସାଦ): ଆଶ୍ଚର୍ଯ୍ୟ! ଜୁଇରୁ ଉଠିଲା ଶବ । ଅନ୍ତିମ ସଂସ୍କାର ବେଳେ ହଠାତ୍ ଜୁଇରୁ ଉଠି ପଡ଼ିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ହରିପୁର ଗାଁରେ । ସୂଚନା ମୁତାବକ, ହରିପୁର ଗାଁର ସିମାଞ୍ଚଳ ମଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସିମାଞ୍ଚଳଙ୍କୁ ଅଚେତ୍ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ଆଉ ତାଙ୍କୁ ମୃତଭାବି ଘରେ କାନ୍ଦବୋବାଳି ପଡ଼ିଥିଲା । ପରେ ପରେ ସୀମାଞ୍ଚଳଙ୍କ ଅନ୍ତିମ ସଂସ୍କାର ପାଇଁ କୋକେଇରେ ଶ୍ମସାନକୁ ନେଇଥିଲେ ସମ୍ପର୍କୀୟା ।ଭଞ୍ଜନଗର ସୋରଡା ହରିପୁର ଗାଁରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କାଲି ବ୍ୟକ୍ତି ଜଣଙ୍କ ବଜ୍ରାଘାତରେ ଶିକାର ହୋଇଥିଲେ, ଚେତା ନଫେରିବାରୁ ମୃତଭାବି ପରିବାର ଲୋକେ ପୋଡିବାକୁ ନେଇଥିଲେ ।ହେଲେ ହଠାତ୍ ଜୁଇରୁ ଜିଇଁ ଉଠିଲେ ସୀମାଞ୍ଚଳ । ଆଉ ଜୁଇ ଉପରେ ବସିପଡ଼ିବା ପରେ ସେଠାରେ ଉପସ୍ଥିତ ଥିବା ଗାଁଲୋକେ ଭୟରେ ଥରି ଉଠିଥିଲେ । ତେବେ ସୀମାଞ୍ଚଳଙ୍କୁ ପରିବାର ଲୋକେ ନେଇ ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହାପରେ ସେ ସୁସ୍ଥଥିବା ଜଣାପଡ଼ିଥିଲା । ଏହାପେରେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
















