Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଗ୍ରାମରେ କୁମାରୀ ମାନଙ୍କ ଉତ୍ସବ ଯାତ୍ରା

ଜଗଦଳପୁର ଗ୍ରାମରେ କୁମାରୀ ମାନଙ୍କ ଉତ୍ସବ ଯାତ୍ରା

429
ADVERTISEMENT

କୁକୁଡ଼ାଖଣ୍ଡି,୧୪/୧୦(ଡି.ଏଚ/ଇ.ରଞ୍ଜନ):କୁକୁଡ଼ାଖଣ୍ଡି ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଶ୍ୱିନ ମାସରେ ଜହ୍ନିଓଷା ପୂଜା ଗ୍ରାମର କୁଆଁରୀ ମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି lଦୀର୍ଘ ମାସେ କାଳ ଏହି ପୂଜା ଚାଲିଥିବା ବେଳେ କୁମାର ପୁର୍ଣିମା ଦିନ ଗ୍ରାମର ଝିଅ ବୋହୂ ମାନେ ସକାଳୁ ନୁଆଁ ବସ୍ତ୍ର ପିନ୍ଧି ଘିଅ ଅର୍ଣ୍ଣରେ ପୂଜାଅର୍ଚ୍ଚନା ନିମନ୍ତେ ବିଭିନ୍ନ ପ୍ରକାର ପିଠା ସାଙ୍ଗକୁ ଫଳ ପ୍ରସ୍ତୁତି କରି ମାଁଙ୍କଠାରେ ପୂଜା କରି ଶେଷରେ ଢୋଲ,ମୃଦଙ୍ଗ, ଘଣ୍ଟସାଙ୍ଗକୁ ତlଳରେ ମାଁଙ୍କୁ ବିସର୍ଜନ କରିଛନ୍ତି l

ଅନ୍ୟପକ୍ଷେ ଗ୍ରାମରେ ପ୍ରତି ବର୍ଷଭଳି ତେଲଗୁ ସମ୍ପ୍ରଦାୟ ଲୋକଙ୍କ ଇଷ୍ଟଦେବ ନନ୍ଦୀ ଆମ୍ମା ଯାତ୍ରା ପାଇଁ ଭଗବାନ ଶିବ ଓ ତାଙ୍କ ନନ୍ଦିନୀ ମାଁ ପାର୍ବତୀଙ୍କୁ ପlଟ୍ଟସିଲା ସାହିକୁ ପାଛୋଟି ଅଣl ଯାଇଥିଲା l ଏହି ଯାତ୍ରା ମଧ୍ୟ ୧୦ଦିନ ଧରି ପାଳନ ହେବବୋଲି ସାହିବାସୀ ସୂଚନା ଦେଇଛନ୍ତି l

Advertisement