Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ମା ଗଜଲଷ୍ମୀ ପୂଜା ଶୁଭାରମ୍ଭରେ କଳଷ ଯାତ୍ରା

ମା ଗଜଲଷ୍ମୀ ପୂଜା ଶୁଭାରମ୍ଭରେ କଳଷ ଯାତ୍ରା

334
ADVERTISEMENT

ଦିଗପହଣ୍ଡି,୧୪/୧୦(ଡି.ଏଚ/ପ୍ରଫୁଲ୍ଲ ସାବତ):ଗଞ୍ଜାମ ଜିଳ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ପଞ୍ଚାୟତର ପଦ୍ମନାଭପୁର ଓଡ଼ିଆସାହିରେ ଲକ୍ଷ୍ମୀ ପୁଜା ପାଈଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ନିଳକଣ୍ଠଶ୍ୱର ମନ୍ଦିର ଥାଟରାଜ ପୋଖରୀ ପଠାରେ ପୂଜା ପାଠ କରି କଳସ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରାୟ ୧ କିଲୋମିଟର ରାସ୍ତା ଅତିକ୍ରମ କରି ଓଡ଼ିଆ ସାହିରେ ପହଞ୍ଚିଥିଲେ । ସଂକୀର୍ତ୍ତନ , ଶଙ୍ଖ , କାହାଳି ,ମହିଳା ଙ୍କ ହୋଳହୋଳିରେ ଓଡ଼ିଆ ସାହିରେ ପୁଜା ସ୍ଥାପନ କରାଯାଇଥିଲା । ଏହାପରେ ଲକ୍ଷ୍ମୀ ପୁଜାର ପାରମ୍ପରିକ ନିତି ଆରମ୍ଭ ହୋଇଛି । ଏହି ପୁଜା ୮ ଦିନ ଧରି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୁରୋହିତ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ପ୍ରକାଶ କରିଛନ୍ତି । ସଭାପତି ଭଗବାନ ସେଠି , ସମ୍ପାଦକ ଦଣ୍ଡପାଣି ପାତ୍ର , କୋସାଦକ୍ଷ ଏଲ କୃଷ୍ଣ , ସରପଞ୍ଚ କ୍ରୀଷ୍ଣା ରାଓ ସୁବୁଦ୍ଧି ଏବଂ ମା କନକ ଦୁର୍ଗା ପୁଜା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ପୁଜାର୍ଚ୍ଚନା ଆରମ୍ଭ ହୋଇଯାଇଛି ।

Advertisement