ଡିଜିଟାଲ ମିଡ଼ିଆ ଆସୋସିଏସନ ଗଠନ ନେଇ ବୈଠକ

538
ADVERTISEMENT

ବ୍ରହ୍ମପୁର, ୧୬/୫ (ଡି.ଏଚ.ବି): ଗଂଜାମ ଜିଲ୍ଲାର ବିଭିନ୍ନ ଡିଜିଟାଲ ମିଡ଼ିଆଗୁଡିକୁ ନେଇ ଏକ ଆସୋସିଏସନ ଗଠନ ନିମନ୍ତେ ରବିବାର ଲାଂଜିପଲ୍ଲୀସ୍ଥିତ ଗୁମରଫ ନ୍ୟୁଜ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଦୁନିଆ ହାଲଚାଲ ଡିଜିଟାଲ ମିଡ଼ିଆର ସମ୍ପାଦକ ରମେଶ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଗୁମରଫ ନ୍ୟୁଜର ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ |

ଏହି ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କ ପ୍ରସ୍ତାବକ୍ରମେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ତଥା ଗୁମରଫ ନ୍ୟୁଜର ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର, ଆହ୍ୱାନ ଇ-ପତ୍ରିକାର ସମ୍ପାଦକ ଡ଼ା. ଜ୍ୟୋତି ପଟ୍ଟନାୟକ, ନୀତେଶ ସାହୁ, ଆଇନ ପରାମର୍ଶଦାତା ଭାବେ ସନ୍ତୋଷ କୁମାର ପାତ୍ର, ସଭାପତି ଭାବେ ରମେଶ ଚନ୍ଦ୍ର ପାତ୍ର, ସଂପାଦକ ଭାବେ ଜିଲ୍ଲା ଖବର ଡିଜିଟାଲ ମିଡ଼ିଆର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା ଓ କୋଷାଧ୍ୟକ୍ଷ ଭାବେ ଜୀବନାନନ୍ଦ କରଙ୍କୁ ମନୋନୀତ କରାଯାଇଥିଲା | ମୁଖ୍ୟତଃ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା |

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏସ.ଏଲ.ଆର ଡିଜିଟାଲ ମିଡ଼ିଆର ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସମେତ ବିଚିତ୍ର ସାହୁ, ନାରାୟଣ ସାହୁ, ଅନନ୍ତ ରାମ ପ୍ରଧାନ, ଗଣେଶ କୁମାର ସାହୁ, ବିଜୟ କୁମାର ଗୌଡ଼, କୁରେଶ ପାଣିଗ୍ରାହୀ, ସୁଶାନ୍ତ କର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |

Advertisement