ପାରଳାଖେମୁଣ୍ଡି,୯/ ୧୦(ପ୍ରଭାତ ପାତ୍ର ) — ପାରଳାଖେମୁଣ୍ଡିରେ ବିଜୟା ଦଶମୀ ଦିନ ପାଇକ ଆଖଡା ଗୁଡିକରେ ଖଣ୍ଡାଧୂଆ ପୂଜା ଅନୁଷ୍ଠିତ ହୋଇଥିଲା । ଓ ଯୁବକ ମାନେ ଖଣ୍ଡା ବୁଲାଇବା ସହ ନିଜର କୈାଶଳ ପ୍ରଦର୍ଶନ କରିଥିଲେ । ରାଜ ଅମଳରୁ ଚାଲିଥିବା ଏହି ପାଇକ ଆଖଡାର ଖଣ୍ଡା,ଡାଲ,ବାଡି ଗୁଡିକୁ ପ୍ରଥମେ ପୋଖରୀରେ ଧୂଆଯାଇଥାଏ ଓ ପରେ ପୂଜା କରିବା ସହ ଆଖଡାର ଯୁବକ ମାନେ ଖଣ୍ଡା ବୁଲାଇ ସହର ପରିକ୍ରମା କରି ନିଜର କୈାଶଳ ପ୍ରଦଶନ କରିଥାନ୍ତି। ଏହି ପରମ୍ପରା ବହୁ ପୂର୍ବରୁ ଚାଲି ଆସିଛି ବୋଲି ଆଖଡାର ଯୁବକ ମାନେ କହିଥିଲେ।
















