ବ୍ରହ୍ମପୁର,୬।୧୦(ଡି. ଏଚ/ଗୁରୁ ପ୍ରସାଦ) :ପ୍ରତେକ ବର୍ଷ ପରି ଏହି ବର୍ଷ ମଧ୍ୟ 2019 ନଭେମ୍ବର ମାସ 10 ତାରିଖରେ ହେବାକୁ ଥିବା ମହାପୁରୁଷ ମହମ୍ମଦଙ୍କର ଜନ୍ମଦିନ ଉତ୍ସବ ପାଳନ ନିମନ୍ତେ କମିଟି ଚୟନ କରାଗଲା । ଉକ୍ତ ବିଷୟକୁ ପ୍ରସାରଣ କରିବା ପାଇଁ ଆପଣଙ୍କ ଅଧୀନରେ ନିବେଦନ । ଆଜି 6/10ଦିବା 11 ଘଣ୍ଟ ସମୟରେ ବ୍ରହ୍ମପୁର ଜମ୍ମା ମସଜିଦ କମିଟି ତରଫରୁ ଜମ୍ମା ମସଜିଦ ପ୍ରାଙ୍ଗଣରେ ଇଦ୍ଧ ମିଲାଉଦିନ ନବୀ କମିଟି ର ଗଠନ ଜନାବ ହଜି ସବୀର ହାସେନ ସାହେବଙ୍କ ସଭାପତିତ୍ୱରେ ହୋଇଯାଇଅଛି ।ସେଥିରେ ପ୍ରାୟ 200ରୁ ଉର୍ଦ୍ଦ୍ୱ ମୁସଲମାନ ଭାଇମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରତେକ ବର୍ଷ କମିଟି ଗଠନ କରାଯାଇଥାଏ । ବିଗତ ଚାରି ବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ କମିଟିରେ ସୁଚାରୁ ରୂପେ ଦାଇତ୍ୱ ତୁଲାଇ ଆସୁଥିବା ସଭାପତି ଜନାବ ଗ୍ୟାଭାସ ବ୍ୟାଗ ଓ ସମ୍ପାଦକ ମହମ୍ମଦ ଫୈଜ ଖାଁ ଙ୍କୁ ପୁଣି ଥରେ ଚୟନ କରାଗଲା । ହଜି ରସିଦଙ୍କୁ ଉପ-ସଭାପତି ,ସାଇଦ ଖାଁ ଙ୍କୁ କୋସଦ୍ଧକ୍ଷ ,ତାଜ ମହମ୍ମଦକୁ ଯୁଗ୍ମ ସମ୍ପାଦକ, ଉପଦେଷ୍ଟା ଭାବେ ଖଜା ସମଶୁଦ୍ଧିନ, ମୁନୀର ବେଗ, ଇଲ୍ଲିୟସ ଆହେମେଦ ଖାଁ, ସହେଦ ଇକ୍ବାଳ ,ସଭ୍ୟ ଭାବେ ତବୁଦ୍ଧିନ, ଅମିଲ ବେଗ , ଋଆଯ ବେଗ, ସହନୱାଜ ବେଗ, ହବିବ ମହମ୍ମଦ, ଅବଦୁଲ ଅଲ୍ଲିମ, ସୟଦ ସହନୱାଜ , ଜାକିର ହୁସେନ,ଏଯାଜେ ବେଗ, ଖାଦିର ବେଗ , ଆଶିଷ ଅହମ୍ମଦ ସରିଫ । ଉକ୍ତ ସଭା ରେ ପ୍ରାୟ 200 ରୁ ଉର୍ଦ୍ଧ୍ୱ ଭଦ୍ର ବ୍ୟକ୍ତିମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମୟ କରିଥିଲେ । ସର୍ବଶେଷରେ ମହମ୍ମଦ ଫୈଜ ଖାଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
















