ଦେଶବ୍ୟାପୀ ଡାକ୍ତରୀ ଛାତ୍ର ଆନ୍ଦୋଳନକୁ ଏ.ଆଇ.ଡି.ଏସ.ଓ.ର ସମର୍ଥନ

224
ADVERTISEMENT

ବ୍ରହ୍ମପୁର, ୧୫/୬ (ଇ.ରଞ୍ଜନ): ୧୪ ଜୁନ ଭୁବନେଶ୍ୱର-କୋଲକାତା ଏନ.ଆର.ଏସ ମେଡିକାଲ କଲେଜର ହାଉସ ସର୍ଜନ ଡାକ୍ତର ପରିବାହ ବାନାର୍ଜୀ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିବା ଘଟଣା ବିରୁଦ୍ଧରେ ଦେଶବ୍ୟାପୀ ଚାଲିଥିବା ଡାକ୍ତରୀ ଛାତ୍ର ଆନ୍ଦୋଳନକୁ ଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ଼ ସମର୍ଥନ କରାଯାଇଛି।

ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, କର୍ମସ୍ଥଳରେ ଡାକ୍ତରମାନଙ୍କ ଉପରେ ବାରମ୍ବାର ଚାଲିଥିବା ଆକ୍ରମଣକୁ ବନ୍ଦ ପାଇଁ ଦୃଢ଼ ପଦକ୍ଷେପ ନେବା, ପ୍ରତ୍ୟେକ ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟାନ୍ୟ ହସ୍ପିଟାଲର ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ସଂଗଠନ ତରଫରୁ ଦାବି କରାଯାଇଛି। ସ୍ୱାସ୍ଥ୍ୟସେବା ପାଇଁ ସରକାରଙ୍କ ଚରମ ଉଦାସୀନତା, ସ୍ୱାସ୍ଥ୍ୟ ବଜେଟ ବୃଦ୍ଧି ନହେବା ତଥା ଡାକ୍ତର ଓ ରୋଗୀ ମଧ୍ୟରେ ସମ୍ପର୍କ ନଷ୍ଟ କରିବାପାଇଁ ସରକାରୀ ସ୍ତରରେ ଚକ୍ରାନ୍ତ କରାଯିବା ଫଳରେ ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେଉଛି ବୋଲି ଏ.ଆଇ.ଡି.ଏସ.ଓ. ଓଡିଶା ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ମତ ପ୍ରକାଶ କରିଛନ୍ତି।

ଗତକାଲି(୧୪ ତାରିଖ), ଏମକେସିଜି ମେଡିକାଲ କଲେଜ କ୍ୟାମ୍ପସ୍ ରେ ମେଡିକାଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡିଏସଓ ଗଂଜାମ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର ଓ ସମ୍ପାଦକ ନିମାଇଁ ଚରଣ ସାହୁ ଉପସ୍ଥିତ ରହି, ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

Advertisement