
ନୂଆଦିଲ୍ଲୀ, ୧୪/୬ (ଡ଼ି.ଏଚ.ବି): ପୃଥିବୀରେ ପ୍ରତିବର୍ଷ ଜୁନ୍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି ଯେ, ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ, ଏ, ଏବଂ ବି) ଆବିଷ୍କାର କରିଥିଲେ। ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ।
ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଓ+, ଓ-, ଏ+, ଏ, ବି+, ବି- ଏବଂ ଏବି। ବିଶ୍ୱରେ ପ୍ରତି ୩ଜଣରେ ଜଣେ ଓ+, ପ୍ରତି ୧୫ ଜଣରେ ଜଣେ ଓ-, ପ୍ରତି ୩ ଜଣରେ ଜଣେ ଏ+, ପ୍ରତି ୧୬ ଜଣରେ ଜଣେ ଏ-, ପ୍ରତି ୧୨ ଜଣରେ ଜଣେ ବି+, ପ୍ରତି ୬୭ଜଣରେ ଜଣେ ବି-, ପ୍ରତି ୨୯ଜଣରେ ଜଣେ ଏବି+ ଏବଂ ପ୍ରତି ୧୬୭ ଜଣରେ ଜଣେ ଏବି- ରକ୍ତବର୍ଗର ମଣିଷ ଅଛନ୍ତି ଓ- ବର୍ଗର ରକ୍ତ ଯେ କୌଣସି ରକ୍ତବର୍ଗ ଥିବା ମଣିଷ ଗ୍ରହଣ କରିପାରନ୍ତି। ଏଣୁ ଏହାର ଚାହିଦା ସର୍ବାଧିକ। ତେବେ ମାତ୍ର ୭ ପ୍ରତିଶତ ଭାରତୀୟ ଏହି ସ୍ୱତନ୍ତ୍ର ବର୍ଗର ରକ୍ତଧାରୀ।

ରକ୍ତଦାନ କଲେ ଅସ୍ଥିମଜା ସକ୍ରିୟ ହୁଏ। ଦେହ ସୁସ୍ଥ ଓ କର୍ମଠ ରୁହେ। ଦେହରୁ ଚର୍ବିଅଂଶ ମଧ୍ୟ କମିଯାଏ। ହୃଦରୋଗ ଦୂର ହୁଏ ଓ ସର୍କରା ଜାତୀୟ ଅଂଶ ସନ୍ତୁଳିତ ହୋଇଥାଏ। ଏହି ସବୁକୁ ବିଚାରକୁ ନେଇ ଜାତୀୟ ରକ୍ତସଞ୍ଚାଳନ ପରିଷଦ ନାମକ ଏକ ସୋସାଇଟି ଏସବୁ ବିଷୟରେ ବିଶଦ ଆଲୋଚନା କରି ଜନସଚେତନତା ସୃଷ୍ଟି କରିଥାଏ।



















