ସମ୍ବଲପୁର,୦୯।୦୮(ଡ଼ି.ଏଚ ବ୍ୟୁରୋ):- ଉପର ମୁଣ୍ଡରେ ବର୍ଷା ପାଇଁ ହୀରାକୁଦର ଆଉ ୪ ଗେଟ୍ ଖୋଲିଲା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଚାଲିଛି। ଜଳଭଣ୍ଡାରର ଜଳସ୍ତର ୬୧୩ . ୭୩ ଫୁଟ ଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପିଛା ୨ ଲକ୍ଷ ୨୨ ହଜାର ୧୪୫ କ୍ୟୁସେକ ଜଳ ପ୍ରବେଶ କରୁଛି । ଏବଂ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୩ ହଜାର ୯୩୭ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
















